Below header

ପୌର ନିର୍ବାଚନ ୨୦୨୨: ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ଭୁବନେଶ୍ୱର (କେନ୍ୟୁଜ୍): ଚାଲିଛି ପୌର ମତଦାନ । ସହର ବାଛୁଛି ନେତା। ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେଉଛି ଭୋଟଗ୍ରହଣ । ପ୍ରତି ବୁଥରେ ରହିଛି ଦୁଇଟି ଇଭିଏମ । ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ୪୦ ଲକ୍ଷ ଭୋଟର ମତସାବ୍ୟସ୍ତ କରୁଛନ୍ତି । ଲମ୍ବା ଲାଇନ୍‌ରେ ଛିଡା ହୋଇ ଭୋଟରମାନେ ନିଜ ମତ ସାବ୍ୟସ୍ତ କରୁଛନ୍ତି।

ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ୬୭ଟି ୱାର୍ଡରେ ଥିବା ୭ଲକ୍ଷ ୨୫ହଜାରରୁ ଅଧିକ ଲୋକ ମତଦାନ ସାବ୍ୟସ୍ତ କରୁଛନ୍ତି । ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୌର ନିର୍ବାଚନରେ ସୁରକ୍ଷା ଦୟିତ୍ୱରେ ଅଛନ୍ତି ମୋଟ୍‌ ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.