Below header

୨୨ ତମ ଏଣ୍ଟରପ୍ରାଇଜ ଓଡିଶା ୨୦୧୯ ଉଦଘାଟିତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ

ଭୂୁବନେଶ୍ବର: ୨୨ ତମ ଏଣ୍ଟରପ୍ରାଇଜ ଓଡିଶା ୨୦୧୯ ଉଦଘାଟିତ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହରରୁ ବହୁ ନାମିଦାମି କମ୍ପାନୀର ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ନାଲକୋ, ବେଦାନ୍ତ, ଗୁପ୍ତା ପାଓ୍ଵାର, ଆଦିତ୍ୟ ବିଲ୍ଲା,ମେଟ୍ରୋଗ୍ରୁପ୍‌,ଏନପିସି ଭଳି ନାମିଦାମୀ କମ୍ପନୀ ଗୁଡ଼ିକ ଭୁବନେଶ୍ୱର ପଦର୍ଶନୀ ପଡିଆରେ ନିଜର ଷ୍ଟଲ ପକାଇଛନ୍ତି । କାର୍ଯ୍ୟକ୍ରମରେ ଶିଳ୍ପ ଓ ଏମଏସଏମଇର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଓଡିଶା ଏକ ବିକଶିତ ରାଜ୍ୟ । ପୁଞ୍ଜି ନିବେଶ କ୍ଷତ୍ରରେ ଓଡିଶା ବହୁ ଦେଶକୁ ନିଜ ଆଡକୁ ଆକୃଷ୍ଟ କରିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.