ତୀବ୍ର ହେଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି : ଆଜିଠାରୁ ୨୪ଘଣ୍ଟିଆ ବଲାଙ୍ଗିର ଓ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା

ବଲାଙ୍ଗିର(କେନ୍ୟୁଜ୍) : ତୀବ୍ର ହେଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି। ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା। ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫଳରେ ସ୍କୁଲ, କଲେଜ ଦୋକାନ, ବଜାର ସହ ଗାଡି ଚଲାଚଳ ବନ୍ଦ ରହିଛି।

balangir ସଙ୍ଗଠନର କର୍ମକର୍ତ୍ତାମାନେ ରେଳ ଧାରଣା ଉପରେ ବସି ଆନ୍ଦୋଳନ କରୁଛନ୍ତି। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବଲାଙ୍ଗିର ରୁଟ୍‌ରେ ଚାଲୁଥିବା ୧୩ଟି ଟ୍ରେନ୍‌କୁ ବାତିଲ୍‌ କରିଦିଆଯାଇଛି। ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ ଉଭୟପଟୁ ବାତିଲ ହୋଇଯାଇଛି। ବିଶାଖାପାଟଣା-ରାଇପୁର ପାସେଞ୍ଜର ଟ୍ରେନ୍‌କୁ ମଧ୍ୟ ବାତିଲ୍‌ କରିଦିଆଯାଇଛି। ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି।

୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ :

titiହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଟିଟିଲାଗଡ଼ରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଓକିଲ ସଂଘ ଦେଇଥିବା ବନ୍ଦ ଡାକରାରେ ଦୋକାନବଜାର, ସ୍କୁଲ, କଲେଜ ଓ ଅଫିସ ବନ୍ଦ ରହିଛି । ଗଡୁନି ଗାଡିମୋଟର । ଆନ୍ଦୋଳନକାରୀମାନେ ରେଳ ଧାରଣା ଉପରେ ବସି ରହିବାରୁ ଟ୍ରେନ୍‌ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି । କେତେକ ଟ୍ରେନ୍‌ ବାତିଲ ହୋଇଥିବା ବେଳେ ଆଉ କିଛିର ଗତିପଥକୁ ପରିବର୍ତ୍ତନ କରାଯାଇଛି । ବନ୍ଦ ପାଳନ ଯୋଗୁ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା । ପୂର୍ବରୁ ୩୩ଦିନ ହେବ ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା ଦାବି ନେଇ ସମସ୍ତ ସରକାରୀ କାର‌୍ୟ୍ୟାଳୟ ଓ କୋର୍ଟ କଚେରୀରେ ତାଲା ପକାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.