Below header

ଆୟକର ବିଭାଗର ସବୁଠୁ ବଡ ଚଢାଉ, ମାସେ ହେବ ସରୁନି ଟଙ୍କା ଗଣା

ନୂଆଦିଲ୍ଲୀ(କେନ୍ୟୁଜ୍ ) : ନୂଆଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାଜହଂସ ସାବୁନ ମିଲ୍ସ ପ୍ରାଇଭେଟ ଲିମିଟେଡ୍ ପାଲଟିଛି ଆୟକର ବିଭାଗର ଘର । କଥାଟା ବୁଝି ହେଉନଥିଲେ ବି ସତ । ଦୀର୍ଘ ଏକମାସ ଧରି ଆୟକର ବିଭାଗର ଅଧିକାରୀ ମାନେ ଏହି ସାବୁନ ଦୋକାନକୁ ନିଜର ଘର ବନାଇ ସାରିଥିବା କହିଲେ ଭୂଲ୍ ହେବନାହିଁ । । ତେବେ ଏହି ଛୋଟିଆ ଦୋକାନକୁ ଆୟକର ବିଭାଗ ଘର ବନାଇବା ପଛରେ ରହିଛି ଏମିତି କାରଣ ଯାହାକୁ ଶୁଣିଲେ ଆପଣ ମଧ୍ଯ ଆଶ୍ଚର୍ଯ୍ଯ ହୋଇଯିବେ । ଆଜ୍ଞା ହଁ କଥାଟା ହେଉଛି ଏହି ଛୋଟିଆ ସାବୁନ ଦୋକନ ମଧ୍ଯରେ ରହି ଆୟକର ବିଭାଗର ଅଧିକାରୀ ମାନେ ଦିନରାତି ଟଙ୍କା ଗଣିବାରେ ଲାଗିଛନ୍ତି ।

moneyସୂଚନା ଅନୁଯାୟୀ, ଗତ କିଛିଦିନ ପୂର୍ବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଏହି ଦୋକାନ ଉପରେ ଚଢାଉ କରିଥିଲା ଆୟକର ବିଭାଗ । କିନ୍ତୁ ଏହି ଭିତରେ ଅଧିକାରୀ ମାନେ ଯାହା ଦେଖିଥିଲେ ସେମାନଙ୍କ ହୋସ୍ ଉଡିଯାଇଥିଲା । ୫ ନଭେମ୍ବରରେ ଦିନ ମିଳିଥିବା ସୂଚନା ଆଧାରରେ ଏହି ଦୋକାନରେ ଚଢାଉ ଆରମ୍ଭ କରିଥିଲା ଆୟକର ବିଭାଗ ଯାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ବାହାରୁ ଛୋଟିଆ ଦେଖାଯାଉଥିବା ଏହି ଦୋକାନ ମଧ୍ଯରେ ରହିଥିଲା ୩୦୦ରୁ ଅଧିକ ପ୍ରାଇଭେଟ ଲକର ଏବଂ ଯେଉଁଥିରେ ଥିଲା କୋଟି କୋଟି ଟଙ୍କା । ତେବେ ଏପର୍ଯ୍ଯନ୍ତ ଏହି ଲକରରୁ ୩୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିବାବେଳେ ଆହୁରି ଅନେକ ଲକର ରହିଛି ଯାହା ଏଯାଏଁ ଖୋଲା ଯାଇନାହିଁ । ଏବେ ପର୍ଯ୍ୟନ୍ତ ମଧ୍ୟ ଜବତ ଟଙ୍କା ଗଣା ଚାଲିଛି । ତେବେ ଏନେଇ ସମ୍ପୂର୍ଣ୍ଣ ତଥ୍ଯ ସମ୍ପର୍କରେ ପଚରାଉଚରା କରୁଛି ଆୟକର ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.