Below header

ଆଜି ରାଜ୍ୟରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ସର୍ବାଧିକ ୬୧୬ ଖୋର୍ଦ୍ଧାରୁ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧାରେ ସର୍ବାଧିକ ୬୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି  ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୫୬୧ ଜଣ  କ୍ବାରେଣ୍ଟାଇନରୁ ଓ ଲୋକାଲ କଣ୍ଟାକ୍ଟ ରେ ୧୦୪୧ ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୧୪, ବାଲେଶ୍ବରରୁ ୧୦୩, ବରଗଡରୁ ୮୨, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪୨, ବୌଦ୍ଧରୁ ୯, କଟକରୁ ୨୩୬, ଦେବଗଡରୁ ୩, ଢେଙ୍କାନାଳରୁ ୬୭, ଗଜପତିରୁ ୭, ଗଞ୍ଜାମରୁ ୧୯୦,ଜଗତସିଂହପୁରରୁ ୮୨, ଯାଜପୁରରୁ ୧୦୩, ଝାରସୁଗୁଡାରୁ ୮୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୧୨୮,କେନ୍ଦୁଝରରୁ ୮୬, ଖୋର୍ଦ୍ଧାରୁ ୬୧୬, କୋରାପୁଟରୁ ୧୨୭,ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୭୨, ନବରଙ୍ଗପୁରରୁ ୧୮, ନୟାଗଡରୁ ୯୧, ନୂଆପଡାରୁ ୧୬, ପୁରୀରୁ ୪୬,ରାୟଗଡାରୁ ୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୨୧, ସୁନ୍ଦରଗଡରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ  ମିଶାଇ ବର୍ତ୍ତମାନ ସୁଦ୍ଧା ୧୦୩୫୩୬ରେ ପହଞ୍ଚିଛି । ଏଥିରୁ  ସୁସ୍ଥ ହୋଇ ଘରକୁ  ଫେରଛନ୍ତି ୭୩୨୩୩। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ କେସ ରହିଛି ୨୯୭୫୮।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.