ଆଜି ରାଜ୍ୟରେ ୧୦ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା, ୫୦୦ଛୁଇଁବ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୧୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ଭାଇରସ । ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୪୯୨
କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

– ଭୁବନେଶ୍ୱରର ଜଣେ ୫୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ମଧୁମେହ, ହାଇପରଟେନସନ, ପୋଷ୍ଟ ଏନ୍ଜିଓପ୍ଲାସ୍ଟି ପରି ମାରାତ୍ମକ ରୋଗରେ ପୀଡିତ ଥିଲେ ।

– ଗଂଜାମର ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧ୍ୟ ପୂର୍ବରୁ ଡାଇବେଟିସ ଓ ଉଛରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ ।

– କନ୍ଧମାଳର ଜଣେ ୪୩ ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ବ୍ୟକ୍ତିଜଣଙ୍କ ପୂର୍ବରୁ କିଡ୍ନୀ ସମସ୍ୟା, ମଧୁମେହ ଓ ଉଛରକ୍ତଚାପରେ ଆକ୍ରାନ୍ତ ଥିଲେ ।

– କନ୍ଧମାଳର ୫୮ ବର୍ଷ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଓ ଉଚ୍ହାରକ୍ତଚାପରେ ଆକ୍ରାନ୍ତ ଥିଲେ ।

-ସେହି ଜିଲ୍ଲାର ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆଜି ପ୍ରାଣ ହରାଇଛନ୍ତି । ସେ ହେପାଟାଇଟିସ ବି ଓ ଟାଇଫଏଡ ଜରରେ ପୀଡିତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।

– ଖୋର୍ଦ୍ଧାର ଜଣେ ୬୦ ବର୍ଷ ବୟସ୍କଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

– ଖୋର୍ଦ୍ଧାର ଜଣେ ୬୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି । ସେ ମଧ୍ୟ ପୂର୍ବରୁ ମଧୁମେହ ଓ ଉଚ୍ହାରକ୍ତଚାପ ପୀଡିତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।

– ନୟାଗଡ ଜିଲ୍ଲାର ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

– ଯେବେକି ରାୟଗଡାର ଜଣେ ୫୪ ବର୍ଷୀୟ ବ୍ୟକ୍ତି ଓ ସୁନ୍ଦରଗଡର ଜଣେ ୭୧ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଉଭୟ ମଧୁମେହ ଓ ଉଛରକ୍ତଚାପ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.