Below header

Apple ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ନିଜ ସର୍ଚ୍ଚ ଇଞ୍ଜିନ, ଗୁଗୁଲ ସହ କରିବ କଡା ମୁକାବିଲା

ଟେକ୍ନୋଲୋଜି କ୍ଷେତ୍ରରେ ବରିଷ୍ଠ କମ୍ପାନୀ ଆପଲ ନିଜର ଏକ ସର୍ଚ୍ଚ ଇଂଜିନ କାମ କରିବା ନେଇ ଚେଷ୍ଟା ଚଳାଇଛି । ଖୁବଶୀଘ୍ର କମ୍ପାନୀ ଲଂଚ କରିବାକୁ ଯାଉଥିବା ସର୍ଚ୍ଚ ଇଂଜିନ ଗୁଗୁଲ ସର୍ଚ୍ଚ ଇଂଜିନ ସହ କଡା ମୁକାବିଲା କରିବାକୁ ଯାଉଛି । ଏବାବଦରେ ତଥ୍ୟ କମ୍ପାନୀର ଆଇଓଏସ 14 ବିଟା ବର୍ଜନରେ ଜାରି କରାଯାଇଛି । କହିରଖିବା ଉଚିତ ହେବକି, ଗୁଗୁଲ ଆପଲ ଡିଭାଇସରେ ନିଜ ସର୍ଚ୍ଚ ଇଂଜିନକୁ ଡିଫଲ୍ଟ ସର୍ଚ୍ଚ ଇଂଜିନ ପାଇଁ ଆପଲକୁ ଲକ୍ଷ ଲକ୍ଷ ଡ଼ଲାର୍ସ ଦେଇଥାଏ । Coywolf ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଆପଲ ଏବେ ନିଜ ସର୍ଚ୍ଚ ଇଂଜିନ ଉପରେ ନିଜ ଚେଷ୍ଟା ଚଳାଇଛି । ଆପଲ ଏହି ଆଗାମୀ ସର୍ଚ୍ଚ ଇଂଜିନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ମେସିନ ଲର୍ଣ୍ଣିଙ୍ଗ ଓ ନ୍ୟାଚୁରାଲ ଲଙ୍ଗୁଏଜ ପ୍ରୋସେସିଙ୍ଗ ସପୋର୍ଟ ମିଳିପାରିବ ।

ରିପୋର୍ଟରେ ଜାରି ହୋଇଛିକି, ଆଇଓଏସ 14 ଓ ipadOS 14 ବିଟା ଭର୍ଜନରେ କମ୍ପାନୀ ଗୁଗୁଲକୁ ବାଇପାସ କରିଛି । ଏହାବାଦ Applebotକୁ ବି ନିକଟରେ ହିଁ ଅପଡେଟ କରାଯାଇଛି । କହିରଖିବା ଉଚିତ ହେବକି Applebot ହେଉଛି କ୍ରଲିଙ୍ଗ ସାଇଟ ।

ପ୍ରାରମ୍ଭିକ ସ୍ତରରେ ଆପଲ ସର୍ଚ୍ଚ ଇଂଜିନରେ ଜବ ସର୍ଚ୍ଚ ଓ ସ୍ପର୍ଟଲାଇଟର ସର୍ଚ୍ଚ ମିଳିବ । କୁହାଯାଉଛିକି, ଆପଲ ସର୍ଚ୍ଚ ଇଂଜିନ ଫୋନରେ ଗୁଗୁଲ ଆସୀଷ୍ଟେନ୍ସ ପରି ହିଁ କାର୍ଯ୍ୟ କରିବ । ଯାହାକି ସମ୍ପର୍ଣ ରୂପେ ପ୍ରାଇଭେଟ ହୋଇ ରହିବ । ଏହି ରେଜଲ୍ଟ ଆପଣଙ୍କୁ ଆଇଓଏସ କଂଟକଟସ, ଡକ୍ୟୁମେଣ୍ଟ, ଇମେଲ, ଇଭେଂଟ୍ସ , ଫାଇଲ, ମେଶେଜ, ନୋଟ ଆଦି ଆଧାରରେ କାର୍ଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.