Below header

‘ଖତରୋଁ କେ ଖିଲାଡି- ମେଡ ଇନ ଇଣ୍ଡିଆ’ ଶୋର ବିଜେତା ହେଲେ ନିଆ, ଟ୍ରଫି ସହିତ ସେୟାର କଲେ ଫଟୋ

ନାଗିନ-୪ ଅଭିନେତ୍ରୀ ନିଆ ଶର୍ମା ‘ଖତରୋଁ କେ ଖିଲାଡି : ମେଡ ଇନ ଇଣ୍ଡିଆ’ ଶୋକୁ ଜିତିଛନ୍ତି। ନିଆ ସମସ୍ତଙ୍କ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟ୍ରଫି ବାଜିମାତ କରିନେଇଛନ୍ତି। ଅଭିନେତ୍ରୀ ନିଆ ଏହି ସିଜିନରେ ଜବରଦସ୍ତ ଷ୍ଟଣ୍ଟ ଏବଂ କଠିନ ପରିଶ୍ରମ କରି ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଟାଇଟଲ ଜିତିବା ପରେ ନିଆ ଶର୍ମା କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଖୁବ୍‌ ଭାଇରଲ ହେଉଛି। ଏହି ଫଟୋରେ ନିଆ ଶୋର ଟ୍ରଫି ସହିତ ରୋହିତ ସେଟ୍ଟୀଙ୍କ ସହିତ ନଜର ଆସୁଛନ୍ତି। ନିଆ ବିଜେତା ହେବା ପରେ ଫ୍ୟାନ୍ସ ଏବଂ ସହ କଳାକାର ନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଖତରୋଁ କେ ଖିଲାଡି ସିଜିନ ୧୦କୁ କରିସ୍ମା ତନ୍ନା ଜିତିଥିଲେ। ପୁଣି ଥରେ ଏହି ଷ୍ଟଣ୍ଟ ବେସଡ ଶୋରେ ଗାର୍ଲ ପାଓ୍ଵାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପ୍ରଥମ ଥରପ।ଇଁ ଏହି ଶୋ ଇଣ୍ଡିଆର ସୁଟିଂ କରାଯାଇଥିଲା। ରୋହିତ ସେଟ୍ଟୀ ନିଜ ଟିମ ସହିତ ଏହି ଶୋକୁ ମୁମ୍ବାଇର ଫିଲ୍ମ ସିଟିର ସୁଟ କରିଥିଲେ। ତା’ ପରେ ହିଁ ଏହାର ନାମ ଖତରୋଁ କି ଖିଲାଡି ମେଡ ଇନ ଇଣ୍ଡିଆ ରଖାଯାଇଥିଲା। ଏବେ ନିଆ ବିଗ୍‌ ବସ ୧୪ରେ ଆସିବେ ବୋଲି ଖବର ଶୁଣିବାକୁ ମିଳୁଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଖବର ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.