କଟକ ଏସସିବି  ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ପଶିଲା କରୋନା, ୨୮ ଛାତ୍ରୀ ପଜିଟିଭ୍ ଚିହ୍ନଟ

କଟକ(କେନ୍ୟୁଜ୍):  କଟକ ଏସସିବି  ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ।ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।   ତେବେ  ଏପଟେ କଟକ ଏସସିବି ବଡ଼ ମେଡ଼ିକାଲର ବିଏସି ନର୍ସିଂ କଲେଜର ଅଧ୍ୟକ୍ଷl(ପ୍ରିନ୍ସିପାଲ) ବିଜୟ ଲକ୍ଷ୍ମୀ ଦାସ  କହିଛନ୍ତି  ଆଜି ଏହି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ। ତାପରେ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ। ଏବେ ଛାତ୍ରୀ ମାନଙ୍କୁ ଆଇସୋଲେଟେଡ କରି ରଖାଯଇଛି ।