Below header

୯ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ, ପରସ୍ପର ଠାରୁ ଅଲଗା ହେଲେ ଅଲି-ସଞ୍ଜୀଦା ଶେଖ

ଅଭିନେତା ଅମୀର ଅଲି ଏବଂ ଅଭିନେତ୍ରୀ ସଞ୍ଜୀଦା ଶେଖ ଟିଭିର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଅମିର ଅଲି ଏବଂ ସଞ୍ଜୀଦା ଶେଖ ଦୀର୍ଘ ଦିନ ଧରି ଅଲଗା ରହୁଥିଲେ। ବର୍ତ୍ତମାନ ଉଭୟଙ୍କ ଛାଡପତ୍ର ହୋଇଯାଇଛି। ତେବେ ଅମୀର କିମ୍ବା ତାଙ୍କ ପତ୍ନୀ ସଞ୍ଜୀଦା ଏ ବିଷୟରେ କିଛି ନିଶ୍ଚିତ କରିନାହାଁନ୍ତି । କୁହାଯାଉଛି ଯେ ଏହି ଦମ୍ପତି ସେମାନଙ୍କ ଛାଡପତ୍ର ବିଷୟରେ କୌଣସି ବୟାନ ଦେବାକୁ ଚାହୁଁ ନାହାନ୍ତି । ଛାଡପତ୍ର ପରେ ବି ନିଜ ସମ୍ପର୍କ ମଧ୍ୟରେ ସବୁ କଥାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି ।

ତେବେ ଦୁହେଁ ବିବାହର ୯ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଦୁହେଁ ପରସ୍ପରଠାରୁ ଅଲଗା ହେବା ପରେ ନିଜ ନିଜ ଜୀବନରେ ଆଗକୁ ବଢିଛନ୍ତି। ଉଭୟଙ୍କ ଯୋଡି ବହୁତ ପପୁଲାର୍ ଥିଲା ​। ଏପରିକି ଅନେକ ଥର ଉଭୟଙ୍କୁ କିଛି ଶୋ’ରେ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ସୋସିଆଲ ମିଡିଆରେ ପରସ୍ପର ସହ ପୋଷ୍ଟ ସେୟାର କରୁଥିଲେ।

ସୂଚନା ଅନୁଯାୟୀ , ୨୦୧୨ ରେ ଅମୀର ଅଲି ଏବଂ ସଞ୍ଜୀଦା ଶେଖ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯଦିଓ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ ଏବଂ ଡେଟ କରୁଥିଲେ । ବିବାହର ଦୀର୍ଘ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ୨୦୨୦ ରୁ ଦୁହିଁଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ସେବେ ଠାରୁ ଉଭୟ ଅଲଗା ରହୁଥିଲେ । ବର୍ତ୍ତମାନ ଉଭୟଙ୍କର ଛାଡପତ୍ର ହୋଇଯାଇଛି। ଅଲିଙ୍କୁ ଛାଡି ସଞ୍ଜୀଦା ତାଙ୍କ ବାପାମାଙ୍କ ଘରେ ରହୁଛନ୍ତି।

ଖବର ଅନୁଯାୟୀ, ସରୋଗେସି ମାଧ୍ୟମରେ ଏହି ଦମ୍ପତିଙ୍କର ଏକ ଝିଅ ମଧ୍ୟ ଥିଲା, ଯାହାର ନାମ ଆର୍ଯ୍ୟ । ଯଦିଓ ଉଭୟ ଏ ବିଷୟରେ କିଛି ପ୍ରମାଣ କରିନଥିଲେ । ଖବର ଅନୁଯାୟୀ, ନଅ ମାସ ପୂର୍ବେ ଦୁହେଁ ଛାଡପତ୍ର ଦେଇଥିଲେ ଏବଂ ଝିଅର ହେପାଜତ ସଞ୍ଜୀଦା ଶେଖଙ୍କୁ ମିଳିଛି । ଉଭୟ ନିଜ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେମାନେ ନିଜ ସମ୍ପର୍କରେ ଗୋପନୀୟତା ରଖିବାକୁ ଚାହୁଁଛନ୍ତି । ତେଣୁ ସେମାନେ ନିଜ ସମ୍ପର୍କ ବିଷୟରେ ଅଧିକ ଘୋଷଣା କରିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.