Below header

ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡି, ଆରମ୍ଭ ହେଲା ଦାବିଦାର ନଥିବା ୨୮ ମୃତଦେହ ସତ୍କାର ପ୍ରକ୍ରିୟା

ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ଏମ୍ସରେ ଚିହ୍ନଟ ହୋଇ ପାରିନଥିବା ଓ ଦାବିଦାର ନଥିବା  ୨୮ ଟି ମୃତଦେହର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ଏମ୍ସରେ ଚିହ୍ନଟ ହୋଇ ପାରିନଥିବା ଓ ଦାବିଦାର ନଥିବା  ୨୮ ଟି ମୃତଦେହର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ରୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବା ପରେ ଏମ୍ସ ମେଡିକାଲ ଅଧିକ୍ଷକ ଦିଲୀପ ପରିଡ଼ା, BMCର ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁଙ୍କୁ ହସ୍ତାନ୍ତର କରିବେ ।

CBI ର ଦିଲ୍ଲୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଶବ ସବୁ ହସ୍ତାନ୍ତର ହେବ। CBI ଟିମ୍ ଉପସ୍ଥିତିରେ ଭରତପୂର୍ ଶ୍ମଶାନରେ ଅନ୍ତିମ ସଂସ୍କାର ହେବ ବୋଲି ଜଣାଯାଇଛି।  ଦୀର୍ଘ ମାସ ହେବ ଏହାକୁ ହସ୍ପିଟାଲ୍ ରେ ସଂରକ୍ଷଣ କରି ରଖାଯାଇଥିଲା ହେଲେ ଆଜି ଯାଏ କେହି ଦାବିଦାର ନ ଆସିବାରୁ ଏହି ମୃତ ଦେହ ସବୁର ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.