ଚେକ ଡ୍ୟାମ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀ ମୃତ

ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ପରକୋଟ ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀ ମୃତ l ମୃତକ ହେଲେ ପରକୋଟ ଗାଁର ରାମେଶ୍ୱର ରାଉତ ଏବଂ ବିମଳା ରାଉତ l ଆଜି ମଧ୍ୟାହ୍ନରେ ଦୁହେଁ ଚାଷ ଜମିକୁ ଯାଇଥିଲେ l

ନୂଆପଡା : ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ପରକୋଟ ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀ ମୃତ l ମୃତକ ହେଲେ ପରକୋଟ ଗାଁର ରାମେଶ୍ୱର ରାଉତ ଏବଂ ବିମଳା ରାଉତ l ଆଜି ମଧ୍ୟାହ୍ନରେ ଦୁହେଁ ଚାଷ ଜମିକୁ ଯାଇଥିଲେ l

ସେଠାରେ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଖୋଳାଯାଇଥିବା ଚେକ ଡ୍ୟାମ୍‌ ରେ ସଂଯୋଗ ହୋଇଥିବା ମୋଟର ପମ୍ପର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ଚେକ ଡ୍ୟାମ୍‌ ପାଣିରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ l ଖରିଆରରୋଡ଼  ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.