ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଇସ୍ରାଏଲ୍‌ର ଏହି ସୈନିକ ଦମ୍ପତି ରାତି ଭିତରେ ହିଁ କରିନେଲେ ବିବାହ

ଇସ୍ରାଏଲ୍‌ର ସୈନିକମାନଙ୍କ ମଧ୍ୟରେ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ୍‌ ନାମକ ଏକ ଦମ୍ପତି ମଧ୍ୟ ଅଛନ୍ତି, ଯାହାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। କାରଣ, ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଦୁହେଁ ତରବରିଆ ଭାବେ ପରସ୍ପରକୁ ବିବାହ କରି ନେଇଥିଲେ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ହମାସ ଯେତେବେଳେ ଯୁଦ୍ଧ ଆରମ୍ଭ କରିଥିଲା, ସେତେବେଳେ ଇସ୍ରାଏଲ୍ ନିଜର ସୈନ୍ୟବାହିନୀଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲା। ଛୁଟିରେ ଯାଇଥିବା ସୈନିକମାନଙ୍କୁ ମଧ୍ୟ ଡାକିବା ଆରମ୍ଭ କରି ଦେଇଥିଲା।

ତେବେ ଇସ୍ରାଏଲ୍‌ର ସୈନିକମାନଙ୍କ ମଧ୍ୟରେ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ୍‌ ନାମକ ଏକ ଦମ୍ପତି ମଧ୍ୟ ଅଛନ୍ତି, ଯାହାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। କାରଣ, ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଦୁହେଁ ତରବରିଆ ଭାବେ ପରସ୍ପରକୁ ବିବାହ କରି ନେଇଥିଲେ।

କହି ରଖୁଛୁ ଯେ ଯେତେବେଳେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଏବଂ ଏଥିରେ ଦେଶ ଥରି ଉଠିଥିଲା, ସେହି ସମୟରେ ଦମ୍ପତି ଥାଇଲାଣ୍ଡ ଗସ୍ତରେ ଥିଲେ। ଏହି ଖବର ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେମାନେ ଶୀଘ୍ର ଘରେ ପହଞ୍ଚି ଜଲ୍‌ଦି ଜଲ୍‌ଦି ବିବାହର ସମସ୍ତ ରୀତିନୀତି ସମାପ୍ତ କରିଥିଲେ ଏବଂ ପରସ୍ପରର ଜୀବନସାଥୀ ହୋଇଥିଲେ।

ଏପରି ପରିସ୍ଥିତିରେ ବିବାହ କରିବା ବିଷୟରେ ମିଣ୍ଟଜର କହିଛନ୍ତି କି, ବିବାହ ବିଷୟରେ ସେ ବହୁତ ଚିନ୍ତା କରିଥିଲେ, କିନ୍ତୁ ଏମିତି ପରିସ୍ଥିତିରେ ବିବାହ ହେବ ବୋଲି କେବେ ଭାବି ନଥିଲେ। ମିଣ୍ଟଜର ନିଜ ପାର୍ଟନର ଏଲିନୋରଙ୍କୁ ତାଙ୍କ ବର୍ତ୍ତମାନ, ଅତୀତ ଏବଂ ଭବିଷ୍ୟତ ବୋଲି ବର୍ଣ୍ଣନା କରିଛନ୍ତି।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଖବର ଶୁଣିବା ପରେ ଦମ୍ପତି ସେମାନଙ୍କ ଶୁଭେଚ୍ଛୁ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପରସ୍ପରକୁ ବିବାହ କରିଥିଲେ। ଦମ୍ପତିଙ୍କ ବିବାହ ସଞ୍ଚାଳନ କରିଥିବା ରବି ଡାଭିଡ୍‌ କହିଛନ୍ତି ଯେ ଯୁଦ୍ଧକୁ ଯିବା ପୂର୍ବରୁ ଦମ୍ପତି ବିବାହ କରିବା କୌଣସି ସାଧାରଣ କଥା ନୁହେଁ। ଏଥିରୁ ଉଭୟଙ୍କ ସମ୍ପର୍କରେ ଥିବା ଦୃଢ଼ତା, ପରସ୍ପର ପ୍ରତି ପ୍ରେମ ଏବଂ ସମର୍ପଣ ବିଷୟରେ ସ୍ପଷ୍ଟ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.