Below header

୨୮୮ ଜୀବନ ନେଇଛି କରମଣ୍ଡଳ, ଆହତ ହୋଇଛନ୍ତି ୧୧ଶହ ୭୫ ଜଣ

ବାହାନଗା ଦୁର୍ଘଟଣାସ୍ଥଳରେ ରେଳ ଧାରଣାରୁ ତିନିଟି ଟ୍ରେନର ଭଗ୍ନାବଶେଷକୁ ହଟାଇ ଦିଆଯାଇଛି । ଏବେ ବି ଜାରି ରହିଛି ରେସକ୍ୟୁ ଅପରେସନ୍‌ । ଓଡ୍ରାଫ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍‌ ଉଦ୍ଧାର ଅଭିଯାନରେ ଲାଗିଛନ୍ତି । ରେଳ ଲାଇନରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ପରେ ଆରମ୍ଭ ହୋଇଛି ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ । ଏ

କେନ୍ୟୁଜ(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଇଛି ୨୮୮ ଜୀବନ । ଆହତ ହୋଇଥିଲେ ୧୧ଶହ ୭୫ ଜଣ । ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩୮୨ ଆହତ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହକୁ ଭୁବନେଶ୍ୱରରେ ରଖାଯିବ । ରାଜଧାନୀର ସବୁ ହସ୍ପିଟାଲରେ ରଖାଯାଇଥିବା ଶବାଗାରରେ ରଖାଯିବ ମରଶରୀର । ମୃତଦେହ ଚିହ୍ନଟ ପାଇଁ ଗଚ୍ଛିତ ରଖାଯିବ । ସମ୍ପର୍କୀୟମାନେ ପରିଚୟ ଦେଇ ମୃତଦେହ ଚିହ୍ନଟ କରି ନେଇପାରିବେ ।

ବାହାନଗା ଦୁର୍ଘଟଣାସ୍ଥଳରେ ରେଳ ଧାରଣାରୁ ତିନିଟି ଟ୍ରେନର ଭଗ୍ନାବଶେଷକୁ ହଟାଇ ଦିଆଯାଇଛି । ଏବେ ବି ଜାରି ରହିଛି ରେସକ୍ୟୁ ଅପରେସନ୍‌ । ଓଡ୍ରାଫ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍‌ ଉଦ୍ଧାର ଅଭିଯାନରେ ଲାଗିଛନ୍ତି । ରେଳ ଲାଇନରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ପରେ ଆରମ୍ଭ ହୋଇଛି ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ । ଏହି ରୁଟରେ ରେଳ ଯୋଗାଯୋଗକୁ ପୁଣି ଥରେ ସ୍ୱାଭାବିକ କରିବାକୁ ଶତାଧିକ କର୍ମଚାରୀ ଓ ଶ୍ରମିକ ଲାଗିଛନ୍ତି । ଟ୍ରାକ୍‌ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ବହୁ ଟ୍ରେନ୍‌ ଚଳାଚଳ ବାତିଲ ହୋଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.