ବ୍ୟାସନଗର ସେନକୋ ଗୋଲ୍‌ଡ ଡକାୟତି ଘଟଣାରେ ଚିହ୍ନଟ ହେଲେ ୩ ଡକାୟତ

ଯାଜପୁର ବ୍ୟାସନଗର ସେନକୋ ଗୋଲ୍‌ଡ ଡକାୟତି ଘଟଣାରେ ଚିହ୍ନଟ ହେଲେ ୩ ଡକାୟତ । ୭ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରିଛି ପୋଲିସ୍‌ । ଏନେଇ ଯାଜପୁର ରୋଡ ପୋଲିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏମାନଙ୍କ ଫଟୋକୁ ବିଜ୍ଞପ୍ତି ଜରିଆରେ ଦର୍ଶାଯାଇଛି । ଏମାନଙ୍କୁ ଧରାଇଦେଲେ ପୁରଷ୍କାର ରାଶି ପ୍ରଦାନ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

ଯାଜପୁର ରୋଡ(କେନ୍ୟୁଜ):  ଯାଜପୁର ବ୍ୟାସନଗର ସେନକୋ ଗୋଲ୍‌ଡ ଡକାୟତି ଘଟଣାରେ ଚିହ୍ନଟ ହେଲେ ୩ ଡକାୟତ । ୭ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରିଛି ପୋଲିସ୍‌ । ଏନେଇ ଯାଜପୁର ରୋଡ ପୋଲିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏମାନଙ୍କ ଫଟୋକୁ ବିଜ୍ଞପ୍ତି ଜରିଆରେ ଦର୍ଶାଯାଇଛି । ଏମାନଙ୍କୁ ଧରାଇଦେଲେ ପୁରଷ୍କାର ରାଶି ପ୍ରଦାନ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଏମାନଙ୍କ ଫଟୋ ସହିତ ଏହି ଲେଖାକୁ ସୋସିଆଲ ମିଡିଆ ଜରିଆରେ ଛଡାଯାଇ ଯଦି ସେମାନଙ୍କୁ କେହି ଚିହ୍ନିଛନ୍ତି ତାହେଲେ ତାଙ୍କ ବିଷୟରେ ସୂଚନା ଦେଲେ ପରିଚୟ ଗୋପନ ରଖିବା ସହ ପୁରସ୍କୃତ କରାଯିବ ବୋଲି ଉଲ୍ଲେଖ ରହିଛି । ଖୁବ୍‌ ଶୀଘ୍ର ସେମାନଙ୍କ ଭିଡିଓ ମଧ୍ୟ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି ଜଣାପଡ଼ିଛି ।

ଗତକାଲି ୭ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି ବନ୍ଧୁକ ମୁନରେ ୧୫ କୋଟିରୁ ଅଧିକ ଟଙ୍କାର ସୁନା, ହୀରା ଓ ରୁପା ଅଳଙ୍କାର ଧରି ଚମ୍ପଟ ମାରିଥିଲେ । ଅପରାହ୍‌ଣ ପାଖାପାଖି ଗୋଟାଏ ୪୫ ମିନିଟରେ ଗହଣା ସୋ’ ରୁମରେ ପଶିଥିଲେ ୭ ଜଣ ଦୁର୍ବୃତ୍ତ । ସମସ୍ତେ ବାଇକରେ ଆସିଥିଲେ । ମାସ୍କ ପିନ୍ଧିଥିଲେ । ଗହଣା ସୋ ରୁମ୍‌ ଭିତରେ ପାଖାପାଖି ୪୦-୪୫ ମିନିଟ ଧରି ଚଳାଇଥିଲେ ଆତଙ୍କରାଜ ।

ସେପଟେ ଆସନ୍ତା ୩ ଦିନ ମଧ୍ୟରେ ପୋଲିସ ଡକାୟତଙ୍କୁ ଠାବ କରି ଗିରଫ୍‌ କରିପାରିବ ବୋଲି ଯାଜପୁର ଏସପି ଭିନିତ ଅଗ୍ରୱାଲ ତଦନ୍ତ ବେଳେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଡକାୟତ ମାନେ ଡକାୟତି କରୁଥିବା ବେଳେ ହିନ୍ଦିରେ କଥାବାର୍ତ୍ତା କରୁଥିବା ଜଣାପଡିଥିଲା । ତେବେ ଏମାନେ ଆନ୍ତଃରାଜ୍ୟ ଡକାୟତ ବୋଲି ଅନୁମାନ କରିଛି ପୋଲିସ୍‌ ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.