Below header

ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ଶାଶୂ, ଶ୍ୱଶୁର ଓ ଜ୍ୱାଇଁ

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର ଗେଟ୍ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଶାଶୂ, ଶ୍ୱଶୁର ଓ ଜ୍ୱାଇଁ ଆଖି ବୁଜିଛନ୍ତି ।

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର ଗେଟ୍ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଶାଶୂ, ଶ୍ୱଶୁର ଓ ଜ୍ୱାଇଁ ଆଖି ବୁଜିଛନ୍ତି । ମୃତକମାନେ ହେଲେ ଘଷିପୁରା ଥାନା କଲାବିଲା ଗାଁ ର ସହଦେବ ବେହେରା ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ  ଅଭିରାମ ବେହେରା |

ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ବାଟପଳାସା ଗାଁ ରେ ଅଭିରାମଙ୍କ ଘର | ଉଭୟ ଶାଶୁ ଶ୍ୱଶୁର ଜ୍ୱାଇଁଙ୍କ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା |ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ର ତଦନ୍ତ ଜାରି ରହିଛି |

ଏପଟେ ନିଖୋଜର ୩୫ ଘଣ୍ଟା ପରେ ବୈତରଣୀ ନଦୀରୁ ମିଳିଲା ବାପା ଚନ୍ଦନ ସାହୁଙ୍କ ମୃତଦେହ । ଯାଜପୁର ବୈତରଣୀ ନଦୀର କଣ୍ଟିଘାଇ ନିକଟରୁ ଚନ୍ଦନଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ କୁନି ଝିଅର ପତ୍ତା ମିଳିନାହିଁ । ଗତ ବୁଧବାର ରାତିରେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଚନ୍ଦନ ତାଙ୍କ ଝିଅକୁ ଧରି ଆଖୁଆପଦା ବ୍ରିଜ ଉପରୁ ନଈକୁ ଡେଇଁପଡ଼ିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.