୨ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ପଦ୍ମପୁର ଗେଟ୍ ଛକ ନିକଟରେ ୨ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକ ହେଲେ ଘଷିପୁରା ଥାନା କଲାବିଲା ଗାଁର ସହଦେବ ବେହେରା, ତାଙ୍କ ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା ।

କେନ୍ୟୁଜ୍(ବ୍ୟୁରୋ): ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ଜୀବନ। ଆଖି ବୁଜିଲେ ଶାଶୂ, ଶ୍ବଶୁର ଓ ଜ୍ବାଇଁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ପଦ୍ମପୁର ଗେଟ୍ ଛକ ନିକଟରେ ୨ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକ ହେଲେ ଘଷିପୁରା ଥାନା କଲାବିଲା ଗାଁର ସହଦେବ ବେହେରା, ତାଙ୍କ ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା ।

ସେମାନେ କରଞ୍ଜିଆ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ଅନ୍ୟ ବାଇକ ସହ ଚାଳକ ଫେରାର ହୋଇଯାଇଛନ୍ତି । ଆନନ୍ଦପୁର ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.