Below header

ଉଜ୍ଜୟନୀ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ପୀଡିତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କହିଲେ ମହାକାଳ ପୋଲିସ ଇନିସ୍ପେକ୍ଟର

ଦୁଷ୍କର୍ମ ପୀଡିତା ନାବାଳିକାର ଏପରି ଅବସ୍ଥାରେ ସହାୟତା କରିବାକୁ ଜଣେ ପୋଲିସ କର୍ମଚାରୀ ଆଗେଇ ଆସିଛନ୍ତି । ଦୁଇ ଜଣ ପୋଲିସ ପୀଡିତାର ଚିକିତ୍ସା ପାଇଁ ରକ୍ତ ଦାନ କରିଥିବା ବେଳେ ଜଣେ ପୋଲିସ ତା’ର ଶିକ୍ଷା ଓ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଆଗେଇ ଆସିଛନ୍ତି ।

ଭୋପାଳ : ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଛାଡିଦେଇ ଯିବା ଓ ପୀଡିତା ଜଣକ ଦୀର୍ଘ ସମୟ ଧରି ରାସ୍ତାରେ ଉଲଗ୍ନ ହୋଇ ବୁଲିବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଦୁଷ୍କର୍ମ ପୀଡିତା ନାବାଳିକାର ଏପରି ଅବସ୍ଥାରେ ସହାୟତା କରିବାକୁ ଜଣେ ପୋଲିସ କର୍ମଚାରୀ ଆଗେଇ ଆସିଛନ୍ତି । ଦୁଇ ଜଣ ପୋଲିସ ପୀଡିତାର ଚିକିତ୍ସା ପାଇଁ ରକ୍ତ ଦାନ କରିଥିବା ବେଳେ ଜଣେ ପୋଲିସ ତା’ର ଶିକ୍ଷା ଓ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଆଗେଇ ଆସିଛନ୍ତି ।

ଉଜ୍ଜୟନୀର ମହାକାଳ ଥାନା ଇନିସ୍ପେକ୍ଟର ଅଜୟ ବର୍ମ୍ମା କହିଛନ୍ତି, ଯଦି ଝିଅଟିର ପରିବାରଙ୍କ ଖବର ନମିଳେ,ତେବେ ସେ ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ । ଝିଅଟିର ଅବସ୍ଥା ବିଷୟରେ ଜାଣିବା ପରେ ଶ୍ରୀ ବର୍ମ୍ମା କାନ୍ଦୁଥିବା ଦେଖାଯାଇଥିଲା ।

ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣେ ଅଟୋରିକ୍ସା ଚାଳକକୁ ପୋଲିସ ଗିରଫ କରିଛି । ଯିଏ କି ନାବାଳିକାକୁ ଅଟୋରେ ବସାଇଥିବା ଦେଖାଯାଇଥିଲା । ସୋନି ନାମକ ଏହି ଅଟୋ ଚାଳକ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାଯାଇଛି । ଅଭିଯୁକ୍ତ ଖସି ପଳାଉଥିବାବେଳେ ପୋଲିସ ତାକୁ ଆଘାତ ଦେଇ ଅଟକାଇବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ଏବେ ମେଡିକାଲରେ ଚିକିତ୍ସିତ ହେଉଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୋଷୀ ବିରୋଧରେ ସାଂଘାତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପୀଡିତା କେବଳ ମୋର ଝିଅ ନୁହେଁ ସାରା ମଧ୍ୟପ୍ରଦେଶର ଝଅ । ତା’ର ସମସ୍ତ ଯତ୍ନ ନିଆଯିବା ସହ ତାକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, ନାବାଳିକା ଜଣକ ସତନାରୁ ନିଖୋଜ ଥିଲେ । ସେ କୌଣସି ପ୍ରକାରେ ସତନାରୁ ଟ୍ରେନ ଯୋଗେ ଉଜ୍ଜୟନୀରେ ପହଞ୍ଚିଥିଲେ । ବିନା ଲକ୍ଷ୍ୟରେ ଷ୍ଟେସନରେ ଅଟୋ ଖୋଜୁଥିବା ବେଳେ ଜଣେ ଅଟୋ ଚାଳକ ତାକୁ ଜୀବନଖେଡି ନେଇ ଦୁଷ୍କର୍ମ କରି ଛାଡି ଚାଲିଯାଇଥିଲା ।

ନାବାଳିକା ଜଣକ ରକ୍ତାକ୍ତ ହୋଇ ଅର୍ଦ୍ଧ ଲଗ୍ନ ଅବସ୍ଥାରେ ଏଣେ ତେଣେ ବୁଲୁଥିବା ଦେଖାଯାଇଥିଲା । ହେଲେ କେହି ତାକୁ ଆଶ୍ରୟ ଦେଇନଥିଲେ । ପରେ ଜଣେ ବାବାଜୀ ତାକୁ ଦେଖି ପୋଲିସକୁ ଖବର ଦେଇଥିଲା । ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଳରେ ଭର୍ତ୍ତି କରିଛି । କେଉଁ କାରଣରୁ ନାବାଳିକା ସତନାରୁ ଉଜ୍ଜୟନୀ ଆସି ପହଞ୍ଚିଲା ପୋଲିସ ତା’ର ତଦନ୍ତ କରୁଛି ।

ଏକ ଗଣମାଧ୍ୟମ ସୂଚନା ଅନୁଯାୟୀ, ନାବାଳିକାର ପିତା ମାନସିକ ଅସୁସ୍ଥ ଥିବାବେଳେ ମାତା ପରିବାର ଠାରୁ ଦୀର୍ଘ ବର୍ଷ ଧରି ଦୂରରେ ରହୁଛନ୍ତି । ନାବାଳିକାଟି ତା’ର ଜେଜେବାପା ଓ ଭାଇ ସହ ରହୁଥିଲା । ଘଟଣା ଦିନ ନାବାଳିକା ସ୍କୁଲ ଡ୍ରେସରେ ଥାଇ ଆଉ ଘରକୁ ଫେରି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.