Below header

ନଜର ପକାନ୍ତୁ ବ୍ୟବସାୟୀ ସଙ୍ଘର କଣ ରହିଛି ତାବି, କାହିଁକି, ମଙ୍ଗଳବାର ଯାଏଁ ବନ୍ଦ ରହିବ ‘ଏକ ନମ୍ବର ହାଟ’

ବ୍ୟବସାୟୀ ମାନେ ଦାବି କରିଛନ୍ତି ଯେ ପର୍ଯ୍ୟନ୍ତ ପାର୍କିଂ ସମସ୍ୟାର ସମାଧାନ ହୋଇନାହିଁ ସେପର୍ଯ୍ୟନ୍ତ ହାଟ ବନ୍ଦ ରହିବ। ତେବେ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସହ ଏହି ସମସ୍ୟା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିପାରି ନାହିଁ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବରର ବ୍ୟସ୍ତବହୁତ ଦୈନିକ ହାଟ ୪ ଦିନ ବନ୍ଦ ରହିବ। ଦୈନିକ ହାଟ ବ୍ୟବସାୟୀ ସଙ୍ଘ ଭୁବନେଶ୍ୱରର ସବୁଠୁ ବଡ଼ ହାଟ ‘ଏକ ନମ୍ବର ହାଟ’କୁ ମଙ୍ଗଳବାର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପାର୍କିଂ ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି ଏଥିସହିତ ୪ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସେମାନେ ଦାବି କରିଛନ୍ତି ଯେ ପର୍ଯ୍ୟନ୍ତ ପାର୍କିଂ ସମସ୍ୟାର ସମାଧାନ ହୋଇନାହିଁ ସେପର୍ଯ୍ୟନ୍ତ ହାଟ ବନ୍ଦ ରହିବ। ତେବେ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସହ ଏହି ସମସ୍ୟା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ବ୍ୟବସାୟୀ ସଂଘ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିଥିବା କଥା କହିଛନ୍ତି। ତେଣୁ ମଙ୍ଗଳବାର ପର୍ଯ୍ୟନ୍ତ ହାଟ ବନ୍ଦ ରଖିବାକୁ  ସଙ୍ଘ ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.