ରେପ ସିନ୍‌ ସୁଟିଂ ବେଳେ ଖଳନାୟକ ଯେବେ ରବୀନା ଟଣ୍ଡନଙ୍କୁ ଭୁଲରେ କରିଦେଇଥିଲେ କିସ୍‌, ଜାଣନ୍ତୁ କ’ଣ କରିଥିଲେ ରବୀନା

ତାଙ୍କ ଫିଲ୍ମ କ୍ୟାରିଅର ଭିତରେ ରବୀନା ବହୁ ହିଟ୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନ କିଣିପାରିଛନ୍ତି । ହେଲେ ପ୍ରଥମରୁ ସେ ଫିଲ୍ମରେ ‘ନୋ କିସିଂ’ ପଲିସ ଆପଣେଇ ଆସିଛନ୍ତି । ରବୀନା କେବେ ତାଙ୍କ ଅଭିନୟ ମଧ୍ୟରେ କିସ୍‌ ସିନକୁ ପ୍ରଶ୍ରୟ ଦେଇ ନାହାଁନ୍ତି ।

ରବୀନା ଟଣ୍ଡନ ବଲିଉଡରେ ଦୀର୍ଘ ୩୦ ବର୍ଷରୁ ଅଧିକ ଅଭିନୟ କରିଛନ୍ତି । ତାଙ୍କ ଫିଲ୍ମ କ୍ୟାରିଅର ଭିତରେ ରବୀନା ବହୁ ହିଟ୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନ କିଣିପାରିଛନ୍ତି । ହେଲେ ପ୍ରଥମରୁ ସେ ଫିଲ୍ମରେ ‘ନୋ କିସିଂ’ ପଲିସ ଆପଣେଇ ଆସିଛନ୍ତି । ରବୀନା କେବେ ତାଙ୍କ ଅଭିନୟ ମଧ୍ୟରେ କିସ୍‌ ସିନକୁ ପ୍ରଶ୍ରୟ ଦେଇ ନାହାଁନ୍ତି ।

ହେଲେ ଥରେ ଭୁଲରେ ଜଣେ ଖଳନାୟକ(ଭିଲେନ) ତାଙ୍କୁ ଏକ ରେପ ସିନ୍‌ ସୁଟିଂ ବେଳେ କିସ କରିଦେଇଥିଲେ । ଯାହା ଫଳରେ ସେ ବାନ୍ତି କରିଦେଇଥିଲେ । ଏବଂ ସଂଗେ ସଂଗେ ଉକ୍ତ ଖଳନାୟକ ଅଭିନେତାଙ୍କୁ ବ୍ରସ କରି ୧୦୦ ଥର ମୁହଁ ଧୋଇ ଆସିବାକୁ କହିଥିଲେ । ଉକ୍ତ ଖଳନାୟକ ମଧ୍ୟ ଏଥିପାଇଁ ରବୀନାଙ୍କୁ ଭୁଲ ମାଗିଥିଲେ । ଏକଥା ନିଜେ ରବୀନା ଏକ ସାକ୍ଷାତକାରରେ କହିଥିଲେ । ସେ କିସିଂ ସିନରେ କେବେ ବି ସହଜ ନଥିଲେ ବୋଲି କହିଥିଲେ ।

ହେଲେ ଜଣେ ସାମ୍ବାଦିକ ଯେବେ ତାଙ୍କୁ ପଚାରିଥିଲେ ଯେ ତାଙ୍କ ଝିଅ ରାସା କ’ଣ ତାଙ୍କ ପରି କିସିଂ ସିନକୁ ଗ୍ରହଣ କରିବେ ନାହିଁ । ଏହାର ଉତ୍ତରରେ ରବୀନା କହିଥିଲେ, ମୁଁ ସର୍ବଦା ନୋ କିସିଂ ପଲିସିକୁ ଆପଣାଇ ଆସିଛି ।

ହେଲେ ଝିଅ କିସିଂ ସିନ କରିବ କି ନାହିଁ, ଏହା ତା ଉପରେ ନିର୍ଭର କରେ । ଯଦି ରାଶା କିସିଂ ସିନ କରିବ ମୋର ବିରୋଧ ନାହିଁ । ଯଦି ସେ କିସିଂ ସିନକୁ ଭଲ ନପାଏ,ତେବେ କାହାର ସାହସ ନାହିଁ ଯେ ତାକୁ ଛୁଇଁବ ବୋଲି ରବୀନା କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.