Below header

ଗୋପାଳପୁର ଗୋଳାବନ୍ଧ ନିକଟ ଜଙ୍ଗଲରୁ ନର କଙ୍କାଳ ଠାବ

ଉଦ୍ଧାର ହୋଇଥିବା କଙ୍କାଳଟି ଜଣେ ଯୁବକର ବୋଲି ପୋଲିସ ସୂଚନା ଦେଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବୟସ ପାଖାପାଖି ୨୮ରୁ ୩୫ ହେବ ବୋଲି ପୋଲିସ ଅନୁମାନ କରୁଛି ।

ବ୍ରହ୍ମପୁର(କେନ୍ୟୁଜ୍): ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ନିକଟ ଏକ ଜଙ୍ଗଲରୁ ଏକ ନର କଙ୍କାଳ ଠାବ ହୋଇଛି । ସ୍ଥାନୀୟ ଲୋକେ ଜଙ୍ଗଲ ଭିତରେ କଙ୍କାଳ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କଙ୍କାଳକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି । ଉଦ୍ଧାର ହୋଇଥିବା କଙ୍କାଳଟି ଜଣେ ଯୁବକର ବୋଲି ପୋଲିସ ସୂଚନା ଦେଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବୟସ ପାଖାପାଖି ୨୮ରୁ ୩୫ ହେବ ବୋଲି ପୋଲିସ ଅନୁମାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.