Below header

୨୦୨୪ରେ ଦେଶରେ ଏକକ ନିର୍ବାଚନ ସମ୍ଭବ ନୁହଁ : ଲ କମିଶନ

୨୦୨୪ରେ ଦେଶରେ ଏକକ ନିର୍ବାଚନ ସମ୍ଭବ ନୁହଁ। ଅର୍ଥାତ ୨୦୨୪ରେ ଏକ ସଙ୍ଗେ ଲୋକସଭା ସହ ସବୁ ରାଜ୍ୟ ବିଧାନସଭା ନିର୍ବାଚନ ହେବ ନାହିଁ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୪ ବେଳକୁ ୱାନ ନେସନ ୱାନ୍ ଇଲେକ୍ସନ ସମ୍ଭବ ନୁହଁ ବୋଲି ଲ କମିଶନଙ୍କ ତରଫରୁ କୁହାଯାଇଛି।

୨୦୨୪ରେ ଦେଶରେ ଏକକ ନିର୍ବାଚନ ସମ୍ଭବ ନୁହଁ। ଅର୍ଥାତ ୨୦୨୪ରେ ଏକ ସଙ୍ଗେ ଲୋକସଭା ସହ ସବୁ ରାଜ୍ୟ ବିଧାନସଭା ନିର୍ବାଚନ ହେବ ନାହିଁ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୪ ବେଳକୁ ୱାନ ନେସନ ୱାନ୍ ଇଲେକ୍ସନ ସମ୍ଭବ ନୁହଁ ବୋଲି ଲ କମିଶନଙ୍କ ତରଫରୁ କୁହାଯାଇଛି।

ୱାନ ନେସନ ୱାନ ଇଲେକ୍ସନ ନେଇ ରିପୋର୍ଟ ପ୍ରକାଶ କରିବାକୁ ସମୟ ଲାଗିବ ବୋଲି କମିଶନଙ୍କ ତରଫରୁ କୁହାଯାଇଥିବା ଜଣାପଡିଛି। ଏକ ସଙ୍ଗେ ନିର୍ବାଚନ ନେଇ କାର୍ଯ୍ୟ ଜାରି ରହିଛି ବୋଲି ଲ କମିଶନ ଅଧ୍ୟକ୍ଷ ଜଷ୍ଟିସ ରିତୁରାଜ୍ ଅୱସ୍ତି ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୨୦୨୪ ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ ରିପୋର୍ଟ ପ୍ରକାଶିତ ହୋଇପାରେ। ଏକକ ନିର୍ବାଚନ ନେଇ ସମ୍ବିଧାନରେ ଆବଶ୍ୟକ ସଂଶୋଧନ ନେଇ ପ୍ରସ୍ତାବ ଦେବ ଲ କମିଶନ। ୨୦୧୮ ମସିହାରେ ଲ କମିଶନ ଆଇନ ମନ୍ତ୍ରାଳୟକୁ ଏକ ଚିଠା ପ୍ରସ୍ତାବ ଦେଇଥିଲା। ଯେଉଁଥିରେ କୁହଯାଇଥିଲା ଲୋକସଭା ଓ ବିଧାନସଭା ପାଇଁ ଏକକ ନର୍ବାଚନ ହେଲେ ବହୁ ପରିମାଣରେ ନିର୍ବାଚନୀ ଖର୍ଚ୍ଚ କମାଇ ହେବ।

ପ୍ରାଶାସନିକ ବ୍ୟବସ୍ଥା ଓ ସୁରକ୍ଷା ବଳ ଉପରେ ଚାପ କମିବ। ଏହାସହ ବର୍ତ୍ତମାନ ସାମ୍ବିଧାନିକ ବ୍ୟବସ୍ଥାରେ ଏକକ ନିର୍ବାଚନ ସମ୍ଭବ ନୁହଁ ବୋଲି ଲ କମିଶନଙ୍କ ତରଫରୁ କୁହାଯାଇଥିଲା। ଡିସେମ୍ବର ୨୦୨୨ରେ ଲ କମିଶନଙ୍କ ତରଫରୁ ଛଅଟି ପ୍ରଶ୍ନ ପ୍ରସ୍ତୁତ କରାଯାଇ ମତାମତ ଲୋଡ଼ାଯାଇଥିଲା। ରାଜନୈତିକ ଦଳ, ନିର୍ବାଚନ କମିଶନ, ବ୍ୟୁରୋକ୍ରାଟ୍ , ଏକାଡେମୀସିଆନ୍ ଓ ବିଶେଷଜ୍ଞଙ୍କଠାରୁ ମତାମତ ଲୋଡାଯାଇଥିଲା। ଏହି ମତାମତକୁ ନେଇ ରିପୋର୍ଟ ପ୍ରସ୍ତୁତ କରୁଛି ଲ କମିଶନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.