Below header

୩ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ, ତୁମକପାଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ଦନ୍ତେୱାଡା ସୀମାବର୍ତ୍ତୀ ତୁମକପାଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ।

ମାଲକାନଗିରି(କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ଦନ୍ତେୱାଡା ସୀମାବର୍ତ୍ତୀ ତୁମକପାଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ। DRG ଜବାନ ଏବଂ ବସ୍ତର କୋମାଣ୍ଡଙ୍କ ମିଳିତ ଅପରେସନ ବେଳେ ଜବାନଙ୍କ ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ଟପ ମାଓବାଦୀ ସୋମା ମାଣ୍ଡବି, ଲକ୍ଷ୍ମଣ କୁରାମି ସମେତ ୩ ମାଓବାଦୀ ପୋଲିସ ଏନକାଉଣ୍ଟରରେ ମୃତ। ଏମାନଙ୍କ ନାଁରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସର୍ଚ୍ଚ ଅପରେସନ ବେଳେ ୩ ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.