ବାରମ୍ବାର ଘରେ ଆର୍ଥିକ ସମସ୍ୟା ଦେଖାଯାଉଛି କି ? ଏହି ଉପାୟ ଆପଣାଇ ଦୂର କରନ୍ତୁ ସମସ୍ୟା

ବାସ୍ତୁ ଶାସ୍ତ୍ରରେ, ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଅନେକ ସମାଧାନ ବିଷୟରେ ଉଲ୍ଲେଖ କରାଯାଇଛି, ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ କାମ କରିବା ପାଇଁ ଚେଷ୍ଟା କରାଯାଏ, ତାହେଲେ ଧନ ଏବଂ ସମୃଦ୍ଧତା ବୃଦ୍ଧି ପାଇଥାଏ ।

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ । ଯଦି ଆପଣ ବାସ୍ତୁ ଅନୁଯାୟୀ ଘରେ ସବୁକିଛି ରଖନ୍ତି, ତେବେ ଆପଣଙ୍କ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇଯାଏ । ସେହିଭଳି ବାସ୍ତୁ ଶାସ୍ତ୍ରୀରେ, ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଅନେକ ସମାଧାନ ବିଷୟରେ ଉଲ୍ଲେଖ କରାଯାଇଛି, ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ କାମ କରିବା ପାଇଁ ଚେଷ୍ଟା କରାଯାଏ, ତାହେଲେ ଧନ ଏବଂ ସମୃଦ୍ଧତା ବୃଦ୍ଧି ପାଇଥାଏ । ତାହେଲେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ କିପରି ଆର୍ଥିକ ସଙ୍କଟକୁ ଦୂର କରିବା ।

ଏହି ଦିଗରେ ରଖନ୍ତୁ ସିନ୍ଦୁକ :
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ନିଜ ଘରର ସିନ୍ଦୁକ ଘରର ଉତ୍ତର ଦିଗରେ ରଖନ୍ତି, ତେବେ ଆପଣଙ୍କର ସିନ୍ଦୁକ ସର୍ବଦା ଟଙ୍କା ଏବଂ ଶସ୍ୟରେ ପରିପୂର୍ଣ୍ଣ ରହିଥାଏ, ଯେଉଁଥିପାଇଁ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଏହି ଦିଗରେ ଆଲମାରୀ ରଖନ୍ତୁ :
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ ସବୁବେଳେ ଆଲମାରୀକୁ ନିଜ ଘରେ ଦକ୍ଷିଣ କାନ୍ଥ ପାଖରେ ଏବଂ ଉତ୍ତର ଆଡକୁ ରଖିବା ଉଚିତ୍ । ଘରର ଉତ୍ତର-ପଶ୍ଚିମ ଅଂଶ ସର୍ବଦା ଉଚ୍ଚ ଏବଂ ଉତ୍ତର-ପୂର୍ବ ଦିଗରେ ତଳୁଆ ହେବା ଉଚିତ୍ । ଏହା ଆପଣଙ୍କର ଆର୍ଥିକ ସଙ୍କଟକୁ ଦୂର କରିଥାଏ ।

ରାତିରେ ଅଇଁଠା ବାସନ ଛାଡ଼ନ୍ତୁ ନାହିଁ :
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ ରାତିରେ ରୋଷେଇ ଘରେ ଅଇଁଠା ବାସନକୁସନ ଛାଡିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଆପଣଙ୍କ ଘରୁ ଚାଲିଯାଆନ୍ତି । ତେଣୁ ରାତିରେ ବାସନ ଧୋଇବା ପରେ ହିଁ ଶୋଇ ପାଇଁ ଯାଆନ୍ତୁ । ଏହା ସହିତ ଆପଣ ନିଜ ଘରେ କେବେ ହେଲେ କୌଣସି ଟ୍ୟାପ୍‌ ଖୋଲା ଛାଡନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ହୋଇପାରେ ।

ଏହି ଦିଗରେ ଆକ୍ୱାରିୟମ୍ ରଖନ୍ତୁ :
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦେବତା ଏବଂ ଦେବୀମାନେ ଉତ୍ତର-ପୂର୍ବ କୋଣରେ ବାସ କରନ୍ତି । ତେଣୁ ଏହି ଦିଗରେ କଦାପି ମଇଳା କିମ୍ବା ଭାରୀ ଜିନିଷ ରଖନ୍ତୁ ନାହିଁ । ଏହି ଦିଗରେ ଜଳ ସହ ଜଡିତ କିଛି ରଖିବା ମଧ୍ୟ ଅତ୍ୟନ୍ତ ଖରାପ ହୋଇଥାଏ । ଏପରି ପରିସ୍ଥିତିରେ ଆର୍ଥିକ ଲାଭ ପାଇଁ ଉତ୍ତର-ପୂର୍ବ କୋଣରେ ଏକ ଆକ୍ୱାରିୟମ୍ ରଖିପାରିବେ । ଯାହା ଦ୍ୱାରା ଆପରଙ୍କ ଘରେ ସବୁ କିଛି ଠିକ୍‌ ରହିବ ଏବଂ ଆର୍ଥିକ ସମସ୍ୟା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.