ନୀଳ ଆଖି…କ୍ୟୁଟ୍‌ ସ୍ମାଇଲ୍‌; କ୍ରିସ୍‌ମାସରେ ରଣବୀର ଓ ଆଲିଆ ରିଭିଲ୍‌ କଲେ ଝିଅ ‘ରାହା’ର ଚେହେରା

ଶେଷରେ ଅପେକ୍ଷାର ଅନ୍ତ ଘଟିଛି। ରଣବୀର କପୁର ଓ ଆଲିଆ ଭଟ୍ଟ ନିଜର ଲିଟିଲ୍‌ ପ୍ରିନ୍ସେସ୍‌ ରାହା କପୁରର ପ୍ରଥମ ଝଲକ୍‌ ଫ୍ୟାନ୍‌ମାନଙ୍କୁ ଦେଖାଇଛନ୍ତି। କ୍ରିସ୍‌ମାସ ଅବସରରେ ଝିଅର ଚେହେରା ରିଭିଲ୍‌ କରି କପଲ୍‌ ଫ୍ୟାନ୍‌ମାନଙ୍କୁ ଖାସ୍‌ ଟ୍ରିଟ୍‌ ଦେଇଛନ୍ତି।

ଶେଷରେ ଅପେକ୍ଷାର ଅନ୍ତ ଘଟିଛି। ରଣବୀର କପୁର ଓ ଆଲିଆ ଭଟ୍ଟ ନିଜର ଲିଟିଲ୍‌ ପ୍ରିନ୍ସେସ୍‌ ରାହା କପୁରର ପ୍ରଥମ ଝଲକ୍‌ ଫ୍ୟାନ୍‌ମାନଙ୍କୁ ଦେଖାଇଛନ୍ତି। କ୍ରିସ୍‌ମାସ ଅବସରରେ ଝିଅର ଚେହେରା ରିଭିଲ୍‌ କରି କପଲ୍‌ ଫ୍ୟାନ୍‌ମାନଙ୍କୁ ଖାସ୍‌ ଟ୍ରିଟ୍‌ ଦେଇଛନ୍ତି। କପୁର ଖାନଦାନ୍‌ର ନାତୁଣୀକୁ ଦେଖି ରଣବୀର-ଆଲିଆଙ୍କ ପ୍ରଶଂସକମାନେ ଖୁସିରେ ଗଦ୍‌ଗଦ୍‌ ହୋଇଯାଇଛନ୍ତି। ରାହାର କ୍ୟୁଟ୍‌ନେସ୍‌ ଫ୍ୟାନ୍‌ଙ୍କ ହୃଦୟ ଜିତିନେଇଛି।

କପୁର ପରିବାରରେ ଆଜି ଧୁମ୍‌ଧାମରେ କ୍ରିସ୍‌ମାସ ପାଳନ କରାଯାଉଛି। କ୍ରିସ୍‌ମାସ ଲଞ୍ଚ୍‌ ସମୟରେ ରଣବୀର ଓ ଆଲିଆ ଝିଅ ରାହା ସହିତ ପାପାରାଜିକୁ ପୋଜ୍‌ ଦେଇଥିଲେ। କପଲ୍‌ ପ୍ରଥମ ଥର ଝିଅର ଚେହେରା ଦୁନିଆକୁ ଦେଖାଇଛନ୍ତି।

ରଣବୀର ଝିଅକୁ କୋଳରେ ଧରିଥିବାର ନଜର ଆସିଥିଲେ। ରାହାର କ୍ୟୁଟ୍‌ନେସ, ଆଡୋରେବଲ୍‌ ସ୍ମାଇଲ୍‌ ଏବଂ ନୀଳ ରଙ୍ଗର ଆଖି ଦେଖି ଫ୍ୟାନ୍‌ମାନେ ଖୁସି ହୋଇଯାଇଥିଲେ। ପାପା ରଣବୀରଙ୍କ କୋଳରେ ରାହା ପାଉଡର ପିଙ୍କ୍‌ ଏବଂ ହ୍ଵାଇଟ୍‌ ଫ୍ରକ୍‌ରେ ନଜର ଆସିଥିଲା। ଦୁଇ ପାର୍ଶ୍ୱରେ ଚୁଟି ବାନ୍ଧି ସେ ବହୁତ କ୍ୟୁଟ୍‌ ଦେଖାଯାଉଥିଲା। ମୁଣ୍ଡରେ ତା’ର କାର୍ଟୁନ୍‌ କ୍ଲିପ୍ସ ଲାଗିଥିଲା। ପିଙ୍କ୍‌ ଓ ହ୍ଵାଇଟ୍‌ ଫ୍ରକ୍‌ ସାଙ୍ଗରେ ଲିଟିଲ୍‌ ରାହା ରେଡ୍‌ ଶୁଜ୍‌ ପିନ୍ଧିଥିଲା।

ଏବେ ରାହାର ଫଟୋ ଏବଂ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ରାହାର ବବ୍‌ଲି ଓ କ୍ୟୁଟ୍‌ ଲୁକ୍ସ ଦେଖି ଜଣେ ଫ୍ୟାନ୍‌ ଲେଖିଛନ୍ତି, ‘ରାହା ତ ପୂରା କପୁର ପରିବାର ଉପରେ ଯାଇଛି’। ଅନ୍ୟ ଜଣେ ଲେଖିଛନ୍ତି, ‘ରାହା କେତେ ସୁନ୍ଦର’। ଆଉ କେତେଜଣ ରାହାକୁ ତା’ର ଜେଜେବାପା ଋଷି କପୁରଙ୍କ କପି ବୋଲି କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.