Below header

ଆଗ ଧାଡ଼ିର ଯୋଦ୍ଧା ଭାବରେ ଅହରହ କାମ କରୁଥିବା ସାମ୍ବାଦିକ ଏବେ ସଂକଟରେ, ଗଞ୍ଜାମରୁ ୪ ଦିନରେ ଗଲାଣି ୩ ସାମ୍ବାଦିକ ଜୀବନ

କେନ୍ୟୁଜ୍(ବ୍ୟୁରୋ):  କରୋନା କରୁଛି କଲବଲ। ସଂକଟର ପଡିଛି ଜୀବନ। ୨୦୨୦ ଅପେକ୍ଷା ୨୦୧୧ ଅଧିକ ଭୟ ସଞ୍ଚାର କରିଛି ମନରେ । ମହାରାଷ୍ଟ୍ର,ଛତିଶଗଡ଼, ଦିଲ୍ଲୀ ଓ ପଶ୍ଚିବଙ୍ଗରେ ସ୍ଥିତି ସାଂଘାତିକ ହେବାକୁ ଲାଗିଛି। ଏମାନଙ୍କ ମଧ୍ୟରୁ ଓଡିଶା ମଧ୍ୟ ପଛା ନାହିଁ । ଦୈନିକ ସଂକ୍ରମଣ ୬ ହାଜର ପାର କରୁଛି। ଯାହା ବେଶୀ ଚିନ୍ତା ବଢାଇଛି । ଗତବର୍ଷ ଯେପରି କରୋନା ଗଞ୍ଜାମ ଜିଲ୍ଲାରୁ ଜଣା ଶୁଣା ସାମ୍ବାଦିକଙ୍କ ଜୀବନ ନେଇଥିଲା ଏବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ କରୋନାରେ ଆଖି ବୁଜିଲେଣି ୩ ଜଣ ସାମ୍ବାଦିକ। କରୋନା ମହାମାରୀ କାଳରେ ସାମ୍ବାଦିକମାନେ ଆପଣଙ୍କ ପାଖରେ ଟିଖିନିଖି ଖବର ପହଞ୍ଚାଇବାକୁ ଆଗ ଧାଡ଼ିର ଯୋଦ୍ଧା ଭାବରେ ଅହରହ କାମ କରୁଥିବାବେଳେ କରୋନା ସଂକ୍ରମିତ ହେବା ଓ ଜୀବନ ହରାଇବା ଭଳି ଖବର ନିଶ୍ଚିତ ଚିନ୍ତାଜନକ।  କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକମାନେ  ହେଲେ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା, ମନୋଜ ସାହୁ ଓ କରୁଣାକର ସାହୁ ।

ନିତିଦିନ ଖବର କାଗଜର ଗଂଜାମ ଜିଲ୍ଲା ଚିକିଟି ବ୍ଲକ ସାମ୍ବାଦିକ ମନୋଜ କୁମାର ସାହୁ ଙ୍ ଗତକାଲି ମୃତ୍ୟୁ ହୋଇଛି । ସେ ଦୁଇଦିନ ତଳେ MKCGରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା। ଆଜି ଦିନ ୧୦ଟାରେ ସେ ଆଖି ବୁଜିଥିବା ସୂଚନା ମିଳିଛି ।

ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ  ନାମକ ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୁଇଦିନ ହେଲା ସେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ୱାସକ୍ରିୟାରେ ଭୀଷଣ ସମସ୍ୟା ହେଉଥିଲା। ହେଲେ ଗତକାଲି ରାତି ପ୍ରାୟ ୩ଟାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।

anupam bharatଗତ ମଙ୍ଗଳବାର କରୋନାରେ ଆଖି ବୁଜିଥିଲେ ଅନୁପମ ଭାରତର ସେରଗଡ ବ୍ଲକ ପ୍ରତିନିଧି କରୁଣାକର ସାହୁ। ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବାପରେ ତାଙ୍କୁ ହିଂଜିଳିକାଟୁ ସବ ଡିଭିଜନ ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.