Below header

ଯୁବକଙ୍କ ଠାରୁ ଝମ୍ପିନେଲେ ମୋବାଇଲ, ୩  ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଟାଉନ ଥାନା ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍):  ମୋବାଇଲ ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ  ଗତ ୧୦ ତାରିଖ ଦିନ ପାଣିକୋଇଲ ଥାନା ଅନ୍ତର୍ଗତ ବ୍ରଜନଗର ଅଞ୍ଚଳର ଜଣେ ଯୁବକ ଟାଉନକୁ ଟିଉସନ ଆସୁଥିବା ସମୟରେ ୩ ଜଣ ଯୁବକ ତାଙ୍କ ଠାରୁ ମୋବାଇଲ ଚଢାଇ ନେଇଥିଲେ ।ଏହା ପରେ ପିଲାଟି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାରେ ସହଯୋଗୀ ଦେବନ୍ଦ୍ର ମହାନ୍ତିକୁ କାବୁକରିଥିଲା ଟାଉନ ଥାନା ପୋଲିସ । ଅଭିଯୁକ୍ତ ଦେବନ୍ଦ୍ର ମହାନ୍ତିର ସହଯୋଗୀ ବିକ୍ରମ ନାୟକ,ବାମଦେବ ସାହୁକୁ ଗିରଫ  କରିବା ସହ  ନମ୍ବର ବିହୀନ ଏକ ପଲସର ଗାଡି ଏବଂ ଚୋରି ହୋଇଥିବା ମୋବାଇଲକୁ ଜବତ କରିଛି ପୋଲିସ ।ସେପଟରେ ଅଭିଯୁକ୍ତଙ୍କୁ ଡାକ୍ତର ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.