Below header

 କଟକ ସହରରୁ ମୋଟ୍‌ ୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ(କେନ୍ୟୁଜ୍): ଆଜି କଟକ ସହରରୁ ମୋଟ୍‌ ୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ୪ ଜଣ, ଏକ ସରକାରୀ କ୍ବାରେଣ୍ଟାଇନରୁ ୧୬ ଜଣ ଓ ଲୋକାଲ କେସରେ ଜଣେ କରୋନାରେ  ଆକ୍ରାନ୍ତ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ ଜରିଆରେ ଏହି ସୂଚନା ଦିଆଯାଇଛି।


ସିଏମସି ସୂଚନା ଅନୁସାରେ  ଆଜି ସରକାରୀ କ୍ବାରେଣ୍ଟାଇନରୁ ୮୧ ଜଣ, ହୋମ କ୍ବାରେଣ୍ଟାଇନରୁ  ୧୦୩ ଜଣ ଓ ଲୋକାଲ କେସରୁ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ଆଜି ୪ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ, ୨ ଜଣ ମହିଳା)ଙ୍କ ସମେତ ମୋଟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ସରକାରୀ ସଂଗରୋଧରୁ ଚିହ୍ନଟ ୭୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ ପୁରୁଷ, ୧୬ ଜଣ ମହିଳା ଓ ୧୬ ଜଣ କରୋନା ଯୋଦ୍ଧା ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.