Below header

ଲଗାଣ ବର୍ଷାରେ ବୈତରଣୀ ସହ ଫୁଲିଛି ଜଳକା ଓ ବ୍ରାହ୍ମଣୀ ନଦୀ, ଆତଙ୍କିତ ଲୋକେ

କେନ୍ୟୁଜ୍(ବ୍ୟୁରୋ):  ଉଛୁଳିଛି ଜଳକାର ଜଳସ୍ତର । ଘରେ ପଶିଛି ପାଣି । ବୁଡ଼ିଛି ଆସବାବପତ୍ର । ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି । ଚାଷ ଜମି ଭବୁଟୁବୁ । ବାଲେଶ୍ୱର ଜିଲ୍ଲାର ବସ୍ତା ଓ ଜଳେଶ୍ୱର ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀ ଅବସ୍ଥା । ମଥାନୀଠାରେ ବିପଦ ସଙ୍କେତ ଟପିଛି ଜଳକା । ପାଣି ଘରରେ ବିପନ୍ନ । ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାରେ ଫୁଲିଛି ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ।

water lavels 1

ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଟପିଛି । ରାଜଘାଟଠାରେ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହୋଇଛି ସୁବର୍ଣ୍ଣରେଖା । ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା । ଅବିଶ୍ରାନ୍ତ ବର୍ଷାରେ ବଢ଼ିଛି ବ୍ରାହ୍ମଣୀ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନଦୀ ପାଣି ପଶିଛି । ଏକର ଏକର ଚାଷ ଜମି ଜଳମଗ୍ନ । କେଉଁଠି ପୋଲ ଉପରେ ବ୍ରାହ୍ମଣୀର ପାଣି ।

water levels

ବର୍ଷା କମିବା ପରେ ମୟୂରଭଞ୍ଜ ଜିଲ୍ଲାରେ ସୁଧୁରୁଛି ସ୍ଥିତି । ତଥାପି ତଳି ଅଞ୍ଚଳ ଜଳବନ୍ଦୀ । ସୁରକ୍ଷିତ ସ୍ଥାନରେ ଲୋକଙ୍କୁ ରଖିଛି ପ୍ରଶାସନ ।ଉପରମୁଣ୍ଡରେ ବର୍ଷା ପରେ ମହାନଦୀରେ ବଢ଼ିଛି ଜଳସ୍ତର । ବାଙ୍କି ଓ ନରସିଂହପୁରର ତଳିଆ ଅଞ୍ଚଳରେ ପଶିଛି ପାଣି । ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିଲେ ବି ଦୁର୍ଦ୍ଦଶା ଭିତରେ ଅଛନ୍ତି ଲୋକ । ସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.