Below header

୩୧ ତମ ରାଜ୍ୟ ଚଳଚିତ୍ର ପୁରସ୍କାର: ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର

୩୧ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଚଳଚିତ୍ର ପାଇଁ ‘କାଲିର ଅତୀତ’ ପିଲ୍ମ ନୀଳମାଧବ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଜାତୀୟ ଚଳଚିତ୍ର ଉତ୍ସବରେ ସମ୍ମାନିତ ହୋଇଥିବା 'କାଲି ପାଇଁ କାଲି' ପୁସ୍ତକ ପାଇଁ ସୂର୍ଯ୍ୟ ଦେବଙ୍କୁ ପୁରସ୍କୃତ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଯାଇଛି ୩୧ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବ- ୨୦୧୯ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ସିନେମା ଜଗତ ସହ ଜଡିତ ପରଲୋକଗତ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଚଳଚିତ୍ର ପୁରସ୍କାର ବିତରଣ ସଭାକୁ ଅଶ୍ୱିନୀ ପାତ୍ର, ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ଅବକାରୀ ବିଭାଗ ମନ୍ତ୍ରୀ ଉଦଘାଟନ କରିଥିଲେ ।

ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ବିଜ୍ଞାନ ଓ ବୈଷୟିକ ଅଶୋକ ପଣ୍ଡା, ସାଧାରଣ ଉଦଯୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଉପସ୍ଥିତ ଥିଲେ । ଶ୍ରେଷ୍ଠ ଚଳଚିତ୍ର ପାଇଁ ‘କାଲିର ଅତୀତ’ ପିଲ୍ମ ନୀଳମାଧବ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ଫିଲ୍ମ ର୍ନିମାତା ଏବଂ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଜାତୀୟ ଚଳଚିତ୍ର ଉତ୍ସବରେ ସମ୍ମାନିତ ହୋଇଥିବା ‘କାଲି ପାଇଁ କାଲି’ ପୁସ୍ତକ ପାଇଁ ସୂର୍ଯ୍ୟ ଦେବଙ୍କୁ ପୁରସ୍କୃତ କରାଯାଇଛି ।

ଆଜି ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ । ସେଥିପାଇଁ ତାଲିକା ପ୍ରକାଶ କରାଯାଇଛି । ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭୁବନେଶ୍ୱର ଉକ୍ରଳ ମଣ୍ଡପରେ ଦିଆଯାଉଥିବା ବେଳେ, ଏଥିପାଇଁ କୌଣସି ପୂର୍ବ ସୂଚନା ନଥିଲା । ପୂର୍ବରୁ ଚୂଡାନ୍ତ ହୋଇଥିବା ତାଲିକାକୁ ରଦ୍ଦ କରିଦେଇଥିଲେ ହାଇକୋର୍ଟ । କପି ଫିଲ୍ମକୁ ପୁରସ୍କାର ପାଇଁ ବିଚାର କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ । ମାସେ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କଡା ତାଗିଦ କରିଥିଲେ ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.