Below header

ଭୁବନେଶ୍ବର: ସ୍ମାର୍ଟ ସିଟିର ଟେକ୍ନିସିଆନ୍ କହି ବିଭିନ୍ନ ଛକ ସିସିଟିଭିର ୨୫ ବ୍ୟାଟ୍ରି ଚୋରି କରିଥିଲେ ଡକାୟତ, ୪ଜଣଙ୍କୁ ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଯୋଜନାରେ ବିଭିନ୍ନ ଛକରେ ଲାଗିଥିବା ସିସିଟିଭିରେ ୨୫ ବ୍ୟାଟେରୀ ଚୋରି ଘଟଣାରେ ୪ଜଣଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଚୋର ହୋଇଥିବା ବେଳେ ଆଉ ଦୁଇ ଜଣ ରିସିଭରଙ୍କୁ ଗିରଫ କରିଛି ପୋଲିସ।

battery

ଚୋରୀ ବ୍ୟାଟେରୀର ମୂଲ୍ୟ ୨ଲକ୍ଷ ଟଙ୍କା ହେବ। ଏନେଇ ୧୦ଟି ଥାନାରେ ୧୨ଟି ରିପୋର୍ଟ ହୋଇଛି। ଏମାନେ ଅଟୋରେ ଆସି କରୁଥିଲେ ଚୋରୀ। ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ। ଏମାନେ ନିଜକୁ ସ୍ମାର୍ଟ ସିଟିର ଟେକ୍ନିସିଆନ୍‌ କହି ଲୁଟ୍‌ କରୁଥିଲେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.