୧୦୦୦ ଗାର୍ଲ ଫେଣ୍ଡ୍ର ରଖିଥିବା ଧର୍ମ ଗୁରୁକୁ ୧୦୭୫ ବର୍ଷ ଜେଲ୍‌, ଉପଦେଶ ଦେଇ ଅର୍ଦ୍ଧନଗ୍ନ ମହିଳାଙ୍କ ସହ କରୁଥିଲେ ଡ୍ୟାନ୍ସ

ଜଣେ ଇସ୍‌ଲାମିକ ଧର୍ମ ଗୁରୁକୁ ଯୈାନ ଉତ୍ପୀଡ଼ନ ସହ ଜଡ଼ିତ ମାମଲାରେ ୧୦୭୫ ବର୍ଷ ଜେଲ୍‌ ଦଣ୍ଡ ମିଳିଥିବା ଜଣାଯାଇଛି । ଏହି ରାୟ ଶୁଣାଇଛନ୍ତି ତୁର୍କିର ଇସ୍ତାଂବୁଲ୍‌ର ଏକ ଅଦାଲତ । ଅଭିଯୁକ୍ତ ଧର୍ମ ଗୁରୁ ଅଦ୍‌ନାନ୍‌ ଅଳ୍ପ କପଡା ପିନ୍ଧୁଥିବା ମହିଳାଙ୍କ ଗହଣରେ ସର୍ବଦା ରହୁଥିଲା । ଯାହାଙ୍କୁ ସେ ବିଲ୍ଲି (ବିଲେଇ ଛୁଆ) ବୋଲି କହୁଥିଲା ।

adnan
photo credit: Twitter

ତୁର୍କିର ଇସ୍ତାଂବୁଲ୍‌ ସହରରେ ରହୁଥିଲା ଉକ୍ତ ଧର୍ମଗୁରୁ ଅଦନାନ୍‌ । ଧର୍ମ ନାମରେ ମହିଳାମାନଙ୍କୁ ଧୋକ୍କା ଦେଇ ତାଙ୍କ ସହ ରଖୁଥିଲା ସମ୍ପର୍କ । ଖାଲି ସେତିକି ନୁହେଁ ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ତାଙ୍କୁ ଜବରଦସ୍ତ ଗର୍ଭ ନିରୋଧକ ବଟିକା ଖାଇବାକୁ ଦେଉଥିଲା । ଏହି ଧର୍ମ ଗୁରୁ ନାମରେ ରହିଛି ବହୁ ଜଘନ୍ୟ ଅଭିଯୋଗ । ସର୍ବଦା ନଗ୍ନ ଝିଅଙ୍କ ଗହଣରେ ରହୁଥିବା ଧର୍ମଗୁରୁକୁ ଏବେ ମିଳିଛି ୧୦୭୫ ବର୍ଷ ଜେଲ୍‌ ଦଣ୍ଡ । ଏହି ଧର୍ମଗୁରୁ ସର୍ବଦା ନିଜର ଟେଲିଭିଜନ ଚ୍ୟାନେଲ୍‌ରେ ମନୁଷ୍ୟ ଜନ୍ମର ରହସ୍ୟ ଓ ଋଢ଼ିବାଦ ବିଚାର ଉପରେ ଉପଦେଶ ଦେଉଥିଲା । ଉପଦେଶ ଦେବା ସମୟରେ ତା’ ସହ ବହୁ ଅର୍ଦ୍ଧନଗ୍ନ ମହିଳା ନୃତ୍ୟ କରୁଥିବା ଦେଖିବାକୁ ମିଳୁଥିଲା ।

adnan
photo credit: DNA India

୨୦୧୮ରେ ଅଦ୍‌ନାନ୍‌ ସହ ୨୦୦ ରୁ ଅଧିକ ଅନ୍ୟ ସନ୍ଦିଗ୍ଧଙ୍କୁ ଇସ୍ତାବୁଲ୍‌ ପୋଲିସ୍‌ ଗିରଫ କରିଥିଲା । ଡିସେମ୍ବରରେ ଅଦ୍‌ନାନଙ୍କ ମାମଲାର ଶୁଣାଣି ବେଳେ ସେ କୋର୍ଟଙ୍କୁ କହିଥିଲା ଯେ ତାଙ୍କର ୧୦୦୦ ଗାର୍ଲଫ୍ରେଣ୍ଡ୍‌ ଅଛନ୍ତି ଓ ମହିଳାଙ୍କ ପ୍ରତି ତାଙ୍କର ଅହେତୁକ ପ୍ରେମ ରହିଛି । ଅଦ୍‌ନାନ୍‌ ଆହୁରି କହିଥିଲା ଯେ ପ୍ରେମ ଏକ ମାନବୀୟ ଗୁଣ ଏବଂ ଏହା ଜଣେ ମୁସଲ୍‌ମାନ୍‌ର ବିଶେଷତ୍ତ୍ୱ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଅଦନାନ୍‌ କହିଥିଲା ଯେ ସେ ପିତା ହେବା ପାଇଁ ଅସାଧାରଣ କ୍ଷମତା ରଖନ୍ତି । ଅଦ୍‌ନାନ୍‌ର ଅପରାଧ ପାଇଁ ତାକୁ କୋର୍ଟ ୧୦୭୫ ବର୍ଷ ର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ।

adnan-0
photo credit: ZeeNews

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଦନାନର ନାମରେ ଯୈାନ ଅପରାଧ, ନାବାଳିକାଙ୍କୁ ଯୈାନ ଶୋଷଣ, ଠକାମୀ ଓ ରାଜନୈତିକ ଓ ସେନା ବିରୋଧରେ ଗୁଇନ୍ଦା କରୁଥିବା ଆଦି ଅପରାଧ ରହିଥିଲା । ଏହିସବୁ ଅପରାଧରେ ପ୍ରାୟ ୨୩୬ ଜଣଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ୭୮ ଜଣଙ୍କୁ ଗିରଫ କରାଯାଇଛି ।

 

View this post on Instagram

 

A post shared by Adnan Oktar Sevgi (@adnanoktarsevgi)

ଏଥିସହ ଅଦନାନ ସଂଗଠନର ଅନ୍ୟ ଦୁଇଜଣ କାର୍ଯ୍ୟକର୍ତ୍ତା ଟରକାନ୍‌ ଆବାସ ଓ ଓକ୍‌ଟାର ବାବୁନା ନାମରେ ମଧ୍ୟ ୨୧୧ ଓ ୧୮୬ ବର୍ଷର ଜେଲ୍‌ ଦଣ୍ଡ ଆଦେଶ ଦିଆଯାଇଥିବା ଜଣାଯାଇଛି । ୧୯୯୦ ରେ ଅଦନାନ୍‌ ପ୍ରଥମେ ଏକ ସେକ୍ସ ସ୍କାଣ୍ଡାଲରେ ଜଡିତ ହୋଇଥିଲା । ଅଦନାନ୍‌ ମହିଳାଙ୍କୁ ଯୈାନ ଶୋଷଣ କରିବା ପରେ ତାଙ୍କୁ ଗର୍ଭ ନିରୋଧି ବଟିକା ଖାଇବାକୁ ବାଧ୍ୟ କରୁଥିଲେ । ପୁଲିସ ଅଦନାନ୍‌ର ଘରୁ ୬୯ ହଜାର ପ୍ୟାକେଟ୍‌ ଗର୍ଭନିରୋଧକ ବଟିକା ଜବତ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.