Below header

କନ୍ଧମାଳ ତୁମୁଡିବନ୍ଧରେ ପୋଲିସ- ମାଓବାଦୀ ଗୁଳିବିନିମୟ, ଟଳିଲେ ୪ କ୍ୟାଡର ମାଓବାଦୀ

କନ୍ଧମାଳ; କନ୍ଧମାଳ ତୁମୁଡିବନ୍ଧରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ଟଳିପଡିଛନ୍ତି ୪ କ୍ୟାଡର ମାଓବାଦୀ। କନ୍ଧମାଳ ତୁମୁଡିବନ୍ଧ ଅଞ୍ଚଳର ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟରେ KKBNର ୪ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ଜଣ ପୁରୁଷ ମାଓବାଦୀ ଥିବା ଜଣାଯାଇଛି ।

MAO

ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜଙ୍ଗଲ ଭିତରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ଘଟଣାସ୍ଥଳ ତଥା ଏହାର ଆଖପାଖ ଅଞ୍ଚଳରେ ପୋଲିସ ତରଫରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.