ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଶୀଘ୍ର ସୁଯୋଗର ଲାଭ ଉଠାନ୍ତୁ

ଶନିବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ଧରଣର ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦ ଟଙ୍କା କମି ୪୭,୫୦୦ ଟଙ୍କାରୁ ୪୭,୪୬୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ବି ସମାନ ଭାବେ ୪୦ ଟଙ୍କା ହ୍ରାସ ପାଇ ୪୬,୫୦୦ ଟଙ୍କାରୁ ୪୬,୪୬୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ କାଲି ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୦,୮୫୦ ଟଙ୍କା ଓ ୪୬,୨୪୦ ଟଙ୍କ ଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୭,୪୬୦ ଟଙ୍କା ଓ ୪୬,୪୬୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୩୨୦ ଟଙ୍କା ଓ ୪୭,୧୨୦ ଟଙ୍କା ରହିଥିବା ରେକର୍ଡ ହୋଇଛି ।

ଯେବେକି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୫୦,୮୫୦ ଟଙ୍କା ଓ ୪୬,୨୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ କୋଲକାତାରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ଯଥାକ୍ରମେ ୪୮,୫୬୦ ଟଙ୍କା ଓ ୪୭,୨୬୦ ଟଙ୍କା ଛୁଇଁଥିବା ନେଇ ରେକର୍ଡ ହୋଇଛି । ସୁନା ପରି ଭାରତୀୟ ବଜାରରେ ରୂପା ଦରରେ ବି ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ଏହି ମୂଲ୍ୟବାନ ଧାତୁ ମୂଲ୍ୟ କିଲୋଗ୍ରାମ ପ୍ରତି ୫୦ ଟଙ୍କା ହ୍ରାସ ପାଇ ୪୮,୫୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.