ଆଜି ଏହି ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ଓଡିଶା ସମେତ ଉତ୍ତର ଓଡିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାରିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବିଭାଗର କହିବାନୁଯାୟୀ ଆଜି ରାୟଗଡା, ନୟାଗଡ, କନ୍ଧମାଳ ଏବଂ ଗଞ୍ଜାମ ଆଦି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା।

ସେହିପରି କଳାହାଣ୍ଡି, କୋରାପୁଟ,ମାଲକାନଗିରି, ଗଜପତି, ବୌଦ୍ଧ ଏବଂ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଏଥିସହ ଉତ୍ତର ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଢ଼େଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ୱଳ୍ପ ବର୍ଷା ହେବ।

ତେବେ ଆଜି ଅପରାହ୍ନରୁ ୬ ତାରିଖ ସକାଳ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ଅନୁଗୁଳ, ଢ଼େଙ୍କାନାଳ, ସମ୍ବଳପୁର, ଦେବଗଡ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ହେବା ସହ ଏସବୁ ଜିଲ୍ଲାକୁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରୀ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.