Below header

ପୃଥକ ପୃଥକ ଦୁର୍ଘଟଣାରେ ଢେଙ୍କାନାଳରେ ୪ ମୃତ

ଢେଙ୍କାନାଳ(କେନ୍ୟୁଜ୍) : ପୃଥକ ପୃଥକ ଦୁର୍ଘଟଣାରେ ଢେଙ୍କାନାଳରେ ଯାଇଛି ୪ ଜଣଙ୍କ ଜୀବନ। ରାସୋଳ ଥାନା ଗଞ୍ଜରାରେ ଗଛରେ ପିଟି ହୋଇ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଯୁବକ ବାଇଁସିଆ ଗାଁର ଜଳଧର ନାଏକ ଏବଂ ରଘୁନାଥପୁରର ହିମାଂଶୁ ଭୋଇ । ସେହିଭଳି ରସୋଳ ଥାନା ସାପୁଆ ଡ୍ୟାମରୁ ଫେରୁଥିବା ବେଳେ ବାଇକ୍‌ ଦୁର୍ଘଟଣା ହେବାରୁ ପାଣିକୁ ଖସିପଡ଼ିଥିଲେ ଉମାକାନ୍ତ । ପରେ ଗୁରୁତର ଅବସ୍ଥାରେ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ରସୋଳ ଥାନା ବୁହାଲିପାଳ ଗାଁରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.