ଧାମରା ଓ ପାରାଦୀପ ବନ୍ଦରକୁ ୪ ନଂ ବିପଦ ସଂକେତ, ଗୋପାଳପୁର ଓ ପୁରୀକୁ ୩ ନଂ ବିପଦ ସଂକେତ ଜାରି

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ ରୂପ ନେବ । କାଲି ଆହୁରି ଘନୀଭୂତ ହୋଇ ଅତିପ୍ରବଳ ବାତ୍ୟା ହେବ ବୋଲି ଆ଼ଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପାରାଦୀପରେ ୟସ ପ୍ରଭାବରେ ବର୍ଷା ପବନ ଆରମ୍ଭ ହୋଇଗଲାଣି।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅଧିକ ପ୍ରଭାବ ପଡିବ। ଏହି ୪ ଜିଲ୍ଲାକୁ କ୍ୟାଟାଗୋରି ୧ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କଟକ, ଯାଜପୁର ଓ ମୟୂରଭଞ୍ଜ ମଧ୍ୟ ପ୍ରଭାବିତ ହେବ। ଏହି ୩ ଜିଲ୍ଲାକୁ କ୍ୟାଟାଗୋରି ୨ନଂ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଧାମରା ଓ ପାରାଦୀପ ବନ୍ଦରକୁ ୪ ନଂ ବିପଦ ସଂକେତ ଜାରି କରାଯାଇଛି। ଗୋପାଳପୁର ଓ ପୁରୀକୁ ୩ ନଂ ବିପଦ ସଂକେତ ଜାରି ହୋଇଛି।

୨୬ ତାରିଖ ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟସ୍‌। ଲ୍ୟାଣ୍ଡଫଲର ପୂର୍ବରୁ ଓ ପର ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ୨୫ରେ ସ୍ୱଳ୍ପ ଓ ୨୬ରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଟ୍ଵିନ୍‌ ସିଟିରେ ୬୦ରୁ ୭୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଓମାନ ତରଫରୁ ବାତ୍ୟାର ନାମ ‘ୟସ୍‌’ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.