ଆଧାର କାର୍ଡ ସମେତ ଅନ୍ୟ ଜରୁରୀ ପରିଚୟ ପତ୍ର ନଥିଲେ ବି ନେଇ ପାରିବେ କରୋନା ଟିକା, ଜାଣନ୍ତୁ କଣ ରହିଛି ନିୟମ

ବର୍ତ୍ତମାନ ଦେଶରେ ଆରମ୍ଭ ହୋଇଛି ଟିକାକରଣ। କରୋନାକୁ ମାତ୍ ଦେବାକୁ ଏବେ ସାରା ଦେଶର ଲୋକେ ଟିକା ନେଉଛନ୍ତି। ଏଥିପାଇଁ କେବଳ ଆଧାର କାର୍ଡ, ଭୋଟର ଆଇଡି, ପାସପୋର୍ଟ, ଲାଇସେନ୍ସ, ପାନ କାର୍ଡ, ଏନପିଆର ସ୍ମାର୍ଟ କାର୍ଡ କିମ୍ବା ପେନସନ କାଗଜପତ୍ର ଆବଶ୍ୟକ। କିନ୍ତୁ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଏସବୁ ଜରୁରୀ କାଗଜପତ୍ର ନାହିଁ। ସେଭଳି ଲୋକଙ୍କୁ ଟିକା ଦେବା ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।

ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଏବେ ଜରୁରୀ କାଗଜପତ୍ର ନ ଥିଲେ ବି ଲୋକମାନେ ଟିକା ନେଇ ପାରିବେ। ପରିଚୟ ପତ୍ର ନ ଥିଲେ ବି ବିଭିନ୍ନ ଧର୍ମର ସାଧୁସନ୍ଥ, ଜେଲର କଏଦୀ, ବୃଦ୍ଧାଶ୍ରମ ଲୋକ, ଭିକାରୀ ପ୍ରମୁଖ ମଧ୍ୟ ଟିକା ନେଇପାରିବେ। ଏଥିପାଇଁ କେବଳ ସମ୍ପୃକ୍ତ ଜିଲ୍ଲାର ନୋଡାଲ ଅଫିସରଙ୍କ ଅନୁମତି ଆବଶ୍ୟକ।

ମନ୍ତ୍ରାଳୟର କହିବାନୁସାରେ, ଜିଲ୍ଲା ଟାସ୍କ ଫୋର୍ସ ଜଣେ ଜଣେ ଜିଲ୍ଲା ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କଠାରୁ ଲିଖିତ ଅନୁମତି ଆଣି ପରିଚୟ ପତ୍ର ନଥିବା ବ୍ୟକ୍ତି ଟିକା ନେଇପାରିବେ। ଏଥିପାଇଁ କୌଣସି ପରିଚୟ ପତ୍ର ଦରକାର ନାହିଁ।

Leave A Reply

Your email address will not be published.