କରୋନାରେ ସୁସ୍ଥ ରହିବା ପାଇଁ ଗାଈଙ୍କୁ ଆଲିଙ୍ଗନ କଲେ ଆମେରିକା ବାସୀ, ଦେଖନ୍ତୁ

ସାରା ଦେଶ ଦୁନିଆରେ କରୋନା କାଳର ୨ୟ ଲହର ଚାଲିଥିବା ବେଳେ ସମସ୍ତେ ଏବେ ସୁସ୍ଥ ରହିବା ପାଇଁ ଚିନ୍ତାରେ ପଡିଗଲେଣି । ପ୍ରତିଦିନ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଲକଡାଉନରେ ଲୋକ ଘରେ ବନ୍ଦି ହୋଇ ରହୁଛନ୍ତି । ଏହାଦ୍ୱାରା ମାନସିକ ଅବସାଦର ଶିକାର ହେଉଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ନିଜ ତରଫରୁ ସବୁ ଚେଷ୍ଟା କରୁଛନ୍ତି । ତେବେ ଏହି ସମୟରେ ପାଶ୍ଚାତ ଦେଶ ଆମେରିକାରେ ଲୋକମାନେ ଏକ ନିଆରା ଉପାୟ ଆପଣାଇଛନ୍ତି । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

ଆମେରିକାରେ ଲୋକମାନେ ମାନସିକ ଶାନ୍ତି ପାଇଁ ଗାଈମାନଙ୍କୁ ଆଲିଙ୍ଗନ କରୁଛନ୍ତି । ଏଥିପାଇଁ ଅର୍ଥରାଶି ମଧ୍ୟ ରହିଛି । ପାଖାପାଖି ୨୦୦ ଡଲାର ଦେଇ ଲୋକମାନେ ଗାଈଙ୍କୁ ଆଲିଙ୍ଗନ କରୁଛନ୍ତି । ଏହାଦ୍ୱାରା ସେମାନେ ମାନସିକ ଅବସାଦରୁ ମୁକ୍ତ ରହିବା ସହ କରୋନାରେ ସୁସ୍ଥ ରହିବେ ବୋଲି ଭାବିଛନ୍ତି ।

0878
pc: people.com

କେବଳ ଏତିକି ନୁହେଁ ବରଂ ଏହାକୁ ନେଇ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି । କଂଗ୍ରେସ ନେତା ମିଲିନ୍ଦ ଦେୱରା ସିଏନବିସିର ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଆମେରିକାରେ ଲୋକମାନେ ଗାଈକୁ ଆଲିଙ୍ଗନ କରିବା ପାଇଁ ୧ ଘଣ୍ଟାକୁ ୨୦୦ ଡଲାର ଦେଉଛନ୍ତି । ତେବେ ଏହି ପ୍ରକ୍ରିିୟାରେ ଭାରତ ଆଗୁଆ ରହିଛି । କାରଣ ଏଠାରେ ଗାଈଙ୍କୁ ବହୁ ପୁରାତନ କାଳୁ ପାଖାପାଖି ୩୦୦୦ ବର୍ଷ ପୂର୍ବରୁ ପୂଜା କରାଯାଉଛି । ଗୋ’ ମାତାଙ୍କର ଏଠାରେ ବିଶେଷ ମହତ୍ୱ ମଧ୍ୟ ରହିଛି ।

ତେବେ ଗାଈଙ୍କୁ ଆଲିଙ୍ଗନ କରିବା ଦ୍ୱାରା କେବଳ ମାନସିକ ଅବସାଦ ଦୂର ହୁଏ ନାହିଁ ବରଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ହୋଇଯାଏ । ତେଣୁ ଭାରତରେ ଏମାନଙ୍କୁ ଗୃହପାଳିତ ପଶୁ ରୂପେ ରଖାଯାଇ ଏମାନଙ୍କୁ ପାଳନ କରାଯାଏ । ଭାରତ ପରେ ଏବେ ଆମେରିକାରେ ଏହାକୁ ଟ୍ରେଣ୍ଡ ରୂପେ ମାନୁଛନ୍ତି ।

Leave A Reply

Your email address will not be published.