Below header

କରୋନାରେ ବାମ୍ଫ ନେବାକୁ ବ୍ୟକ୍ତି କଲେ ଜବରଦସ୍ତ ଜୁଗାଡ, ଦେଖିଲେ ଆପଣ ମୁଣ୍ଡରେ ଦେବେ ହାତ

ପୂରା ଦେଶ କରୋନା ଭାଇରସ ପ୍ରକୋପରେ। ପ୍ରତ୍ୟେକଦିନ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଉଛି ଏହି ମହାମାରୀ। ତେଣୁ ଏହି ସମୟରେ ବହୁତ ସର୍ତକ ଏବଂ ସଚେତନ ରହିବାକୁ କୁହାଯାଉଛି। କରୋନାର ସାମାନ୍ୟ ଲକ୍ଷଣ ଦେଖିଲେ ନିୟମିତ ରୂପରେ କିଛି ଉପାୟକୁ ଆପଣେଇବାକୁ କୁହାଯାଉଛି। ଖାସକରି ଏବେର ପରିସ୍ଥିତିରେ ଲୋକମାନଙ୍କୁ ପ୍ରତିଦିନ ଗରମ ବାମ୍ଫ ନେବାକୁ କୁହାଯାଉଛି। ଏହି କଥାକୁ ଅକ୍ଷରେ ଅକ୍ଷରେ ମାନିଛନ୍ତି ଜଣେ ବ୍ୟକ୍ତି, ଆଉ କରିଛନ୍ତି ଦେଶୀ ଯୁଗାଡ। ଯାହାକୁ ଦେଖି ଆପଣ ଆପଣଙ୍କ ହସକୁ ଅଟକାଇପାରିବେନି।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ବାମ୍ଫ ନେବା ପାଇଁ ଏକ ବଢ଼ିଆ ଦେଶୀ ଜୁଗାଡ ଖୋଜି ବାହାର କରିଛନ୍ତି। ଆପଣ ଦେଖିପାରୁଥିବେ ଯେ ଗୋଟେ ଚୁଲାରେ ପ୍ରେସର କୁକର ବସିଛି। ଆଉ ପ୍ରେସର କୁକର ସିଟି ଦେବା ସ୍ଥାନରେ ଗୋଟେ ଲମ୍ବା ପାଇପ୍‌ ବାହାରିଛି। ଯାହା ଜରିଆରେ ବ୍ୟକ୍ତି ଜଣକ ବଡ ଆନନ୍ଦରେ ବାମ୍ଫ ନେଉଛନ୍ତି।

ଏହି ଭିଡିଓକୁ ଦେଖିବା ପରେ ବିଶ୍ୱାସ କରନ୍ତୁ ଆପଣ ନିଜ ହସକୁ ଅଟକାଇପାରିବେନି। ଆଉ ଆପଣ ବି ବ୍ୟକ୍ତିଙ୍କ ଏହି ଦେଶୀ ଜୁଗାଡକୁ ଦେଖି ନିହାତି ଭାବରେ ପ୍ରଶଂସା କରିବେ। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଆପଣଙ୍କୁ ଭିଡିଓ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.