Below header

ନେପାଳରେ ବିମାନ୍‌ ଦୁର୍ଘଟଣା: ନିଖୋଜଙ୍କ ମଧ୍ୟରେ ୪ ଓଡିଶାର

ଭୁବନେଶ୍ବର(କେନ୍ୟୁଜ୍):  ନେପାଲରେ ଯାତ୍ରୀବାହୀ ବିମାନ୍‌ ଦୁର୍ଘଟଣାଗ୍ରସ୍ତ । ପୋଖରାରୁ ଜୋମସୋମ୍‌ ଯାଉଥିବା ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କ୍ରୁ ମେମ୍ବର ସମେତ ୨୨ ଜଣ ଥିଲେ । ତେବେ ନିଖେଜର ପ୍ରାୟ ୬ ଘଣ୍ଟା ପରେ ତାରା ଏୟାର 9NAET ଟ୍ଵିନ ଇଞ୍ଜିନ ବିମାନକୁ ଠାବ କରାଯାଇଛି । ମୁଷ୍ଟାଙ୍ଗର କୋୱାଙ୍ଗ ଗାଁରେ ଦୁର୍ଘଟଣାଗ୍ରସ୍ତ ବିମାନକୁ ଦେଖିବାକୁ ମିଳିଛି ।

୨୨ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଭାରତୀୟ । ତେବେ ୪ ଜଣ ଓଡ଼ିଶାର ବୋଲି ଚର୍ଚ୍ଚା ହେଉଛି । ସେମାନେ ଗୋଟିଏ ପରିବାର ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ଅଶୋକ ତ୍ରିପାଠୀ ମୁମ୍ବାଇରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ । ସମସ୍ତେ ନେପାଳ ବୁଲିବାକୁ ଯାଇଥିଲେ । ଏୟାରପୋର୍ଟ ଅଥରିଟିଙ୍କ କହିବା ଅନୁସାରେ ସକାଳ ପ୍ରାୟ ୧୦.୭ ମିନିଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ଅଶୋକ ତ୍ରିପାଠୀଙ୍କ କେୟାର ଟେକର ଟିକନ ସାମଲଙ୍କ କହିବା ଅନୁଯାୟୀ ସେ ଭୁବନେଶ୍ବର ଜୟଦେଵ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂ ରେ ରୁହନ୍ତି । ସେ ମେ ମାସ ୨୬ ତାରିଖରେ ମୁମ୍ବାଇ ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ ।ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ । ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା । କିନ୍ତୁ ଆଜି ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ ।ତାଙ୍କ ଭାଇ ବନ୍ଧୁ ବର୍ଗ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ । ତାଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରୁନାହିଁ । ଅଶୋକ ଇନଫୋସିଟିରେ  କାର୍ଯ୍ୟରତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.