‘ଆଇ ଆମ୍‌ କାଳିଆ’ ଫିଲ୍ମରେ ଗୀତ ଗାଇଲେ ଦିବ୍ୟାଙ୍ଗ ସନ୍ତୋଷ ମହାନ୍ତି

କଟକ (କେନ୍ୟୁଜ୍‌) : ପ୍ରଥମ ଥର ଓଲିଉଡରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି ଦିବ୍ୟାଙ୍ଗ ସନ୍ତୋଷ କୁମାର ମହାନ୍ତି। ତାଙ୍କ ଘର ହେଉଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ। ବହୁତ ଭଲ ଗୀତ ଗାଆନ୍ତି ସନ୍ତୋଷ। ତେବେ ସିନେମାରେ ଗୀତ ଗାଇବାକୁ ତାଙ୍କର ଭାରି ଇଚ୍ଛା ଥିଲା । ତେଣୁ ସେ ଓଲିଉଡ ହାସ୍ୟ ଅଭିନେତା ହରିହର ମହାପାତ୍ରଙ୍କୁ ଫୋନ୍‌ରେ ଯୋଗାଯୋଗ କରି କଥା ହୋଇଥିଲେ। କଥା ହେବା ପରେ ହରି କହିଥିଲେ କି ମୋ ଫିଲ୍ମର ଗୀତ ତୁମକୁ ଦେଉଛି, ଗାଇକି ମତେ ପଠାନ୍ତୁ। ସନ୍ତୋଷ ସେଇଆ କରିଥିଲେ । ତେବେ ତାଙ୍କ ଗୀତ ଶୁଣିବା ପରେ ହରିଙ୍କ ମନକୁ ପାଇଲା । ସେ ଓକେ କରିଦେଲେ । ଆଉ ତାଙ୍କ ଆଗାମୀ ଫିଲ୍ମ ‘ଆଇ ଆମ୍‌ କାଳିଆ’ରେ ଗୀତ ଗାଇବାକୁ ସନ୍ତୋଷଙ୍କୁ ସୁଯୋଗ ଦେଇଛନ୍ତି।

ଆଜି କଟକର ମିଳନ ଷ୍ଟୁଡିଓରେ ଗୀତ ଗାଇଛନ୍ତି ସନ୍ତୋଷ। ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବୈଦ୍ୟନାଥ ଦାସ। ଆଗକୁ ରଥଯାତ୍ରା ଅବସରରେ ଆଇ ଆମ୍‌ କାଳିଆ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।