ବେଙ୍ଗାଳୁରୁରେ ୬ ଦିନ ଧରି ପଡି ରହିଥିଲା ୨୨ ବର୍ଷୀୟା ଓଡିଆ ଝିଅର ମରଶରୀର, ସମାଜସେବୀ ଓ କେନ୍ୟୁଜ୍ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଆସିଲା

ବେଙ୍ଗାଳୁରୁ(କେନ୍ୟୁଜ୍): ୬ ଦିନ ବ୍ୟବଧାନ ପରେ ବ୍ୟବଚ୍ଛେଦ ନହୋଇ ବେଙ୍ଗାଳୁରୁର ଏକ ଘରୋଇ ମେଡିକାଲରେ ପଡିରହିଥିଲା ଜଣେ ଗରିବ ଓଡ଼ିଆ ଝିଅର ମୃତ ଶରୀର।  ଶେଷରେ ଓଡ଼ିଆ ସମ୍ବାଦିକ, ପ୍ରବାସୀ ଓଡ଼ିଆ ସମାଜସେବୀ ଓ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ପରେ ବ୍ୟବଚ୍ଛେଦ ହୋଇ ଓଡ଼ିଶା ଆସି ନିଜ ଗ୍ରାମରେ ପହଁଚିଲା ମୃର ଶରୀର । ସୂଚନା ଯେ କେନ୍ଦୁଝର ଜିଲ୍ଲା  ବାଂଶପାଳ ତୋଟାଡିହ ଗ୍ରାମର ଦଶରଥ ଗଡ଼ମାଝୀଙ୍କ ୨୨ ବର୍ଷୀୟ ଝିଅ କୁନ୍ତଳା ଗତ କିଛି ଦିନ ହେବ ବେଙ୍ଗାଳୁରୁ ଆସିଥିଲେ ଚାକିରୀ ଆଶାରେ । ବେଙ୍ଗାଳୁରୁରେ କେନ୍ଦୁଝରର ଅନ୍ୟ ଏକ ମହିଳା ସହ ଭେଟ ହୋଇଥିଲା ।

ପରେ କୁନ୍ତଳାଙ୍କ ନେଇ ସେହି ମହିଳା ଏକ ଗାର୍ମେଣ୍ଟ କମ୍ପାନୀରେ ଚାକିରୀ କାରାଇଦେଇଥିଲେ । କିନ୍ତୁ  ଗୋଟେ ସପ୍ତାହ ଚାକିରୀରେ କର୍ଯ୍ୟ କରିବା ଭିତରେ ସେ ବହୁତ ଅସୁସ୍ଥ ହୋଇଗଲେ । ଉକ୍ତ ମହିଳା କହିବା ଅନୁଯାୟୀ କୁନ୍ତଳାଙ୍କ ଦେହ ଆଗରୁ ଖରାପ ଥିଲା । ପୂର୍ବରୁ ଚେନ୍ନାଇରେ କାର୍ଯ୍ୟ କରୁଥିବା ବେଳେ ଶରୀର ଅସୁସ୍ଥ ହେବ ପରେ ଘରକୁ ପଳାଇ ଥିଲେ । ହେଲେ ପୁଣି ଏକ ବାନ୍ଧବୀ ସହ ବେଙ୍ଗାଳୁରୁ ଆସିଥିଲେ । ଏବଂ ଏଠାରେ ସେ ଚାକିରୀ କରିଥିଲେ । ଗତ ୨୨ ତାରିଖ କୁନ୍ତଳା ରୁମରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇଗଲେ । ସଙ୍ଗେ ସଙ୍ଗେ ବାନ୍ଧବୀ ତାଙ୍କ ସ୍ୱାମୀ ଜ୍ୟୋତି ସିଂକୁ ଖବର ଦେଇଥିଲେ । ଜ୍ୟୋତି ସିଂ ଆସିବା ପରେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । କିନ୍ତୁ ଦୁଃଖର ବିଷୟ ଆମ୍ବୁଲାନ୍ସ ଆସିବା ପୂର୍ବରୁ କୁନ୍ତଳା ପ୍ରାଣ ହରାଇଥିଲେ ।

ପରେ ଆମ୍ବୁଲାନ୍ସ ଆସିବା ପରେ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ପହଞ୍ଚି ମୃତ ଶରୀରରକୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏପଟେ କୁନ୍ତଳାଙ୍କ ପରିବାର କେହି ବେଙ୍ଗାଳୁରୁରେ ନଥିବାରୁ ପୋଲିସ ଘରଲୋକଙ୍କୁ ଖବର ଦେଇଥିଲେ । ଘର ଲୋକ ବହୁ ଗରିବ ଥିବାରୁ ବେଙ୍ଗାଳୁରୁ ଆସିବା କଷ୍ଟକର ହୋଇପଡିଥିଲା । ପରେ ଘର ଲୋକେ ସ୍ଥାନୀୟ ୱର୍ଡ ମେମ୍ବର ଓ ସରପଞ୍ଚଙ୍କ ସହଯୋଗ ରେ ଜିଲା ପ୍ରସଶନ ର ସାହାଯ୍ୟ ଲୋଡିଥିଲେ ଝିର ମୃତ ଶରୀର  ଗାଁକୁ ଆଣିବା ପାଇଁ । ଜିଲ୍ଲା ପ୍ରଶାସନ ଜାଣିବା ପରେ ଶ୍ରମ ବିଭାଗକୁ  ଜଣାଇଥିଲା ।

bengaluru

ଏହି ଭଳି ୫ ଦିନ ବିତିଯାଇଥିଲେ ବି କୁନ୍ତଳାଙ୍କ ମୃତ ଶରୀର ବ୍ୟବଛେଦ ହୋଇପାରିନଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଆମ କେନ୍ୟୁଜ୍ ପ୍ରତିନିଧି ଗୋବିନ୍ଦ ବାରିକ ଫୋନ ଯୋଗେ ବରିଷ୍ଠ ସମ୍ବାଦିକ ଭକ୍ତ ତ୍ରିପାଠୀଙ୍କ ପାଖରୁ ଜାଣିବାକୁ ପାଇଥିଲେ। ପରେ ସଙ୍ଗେ ସଙ୍ଗେ ପୋଲିସ ଷ୍ଟେସନରେ ପହଞ୍ଚି ଖବର ବିଷୟରେ ଜାଣିବା ସହ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ । ପରେ ପ୍ରବାସୀ ଓଡ଼ିଆ ସମାଜସେବୀ ମନୋଜ ପାତ୍ରଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ମୃତ ଶରୀର ଓଡ଼ିଶା ପଠାଇବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହା  ପରେ ଆମ ପ୍ରତିନିଧି କାର୍ଯ୍ୟ ଆଗକୁ ନେଇଥିଲେ । ପରେ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଇବା ସହ ଫ୍ଲାଇଟ ଯୋଗେ ଓଡ଼ିଶା ପଠାଯାଇଛି । ପୋଲିସ ଷ୍ଟେସନରେ କାଗଜପତ୍ର ପ୍ରସ୍ତୁତ ଓ ପରଦିନ ମେଡିକାଲରେ ଅର୍ଥାତ ଦୁଇ ଦିନ ଧରି ଆମ ପ୍ରତିନିଧିଙ୍କୁ ଓଡ଼ିଆ ସମାଜସେବୀ ପ୍ରଭୂ ଦତ୍ତ ବଳ, ଅଜିତ ନାୟକ, ଅଭୟ ବାରିକ ସହ କୁନ୍ତଳାଙ୍କ ରୁମମେଟ୍ ଜ୍ୟୋତି ସିଂ ଓ ତାଙ୍କ ପତ୍ନୀ ଏୟାର ପୋର୍ଟ ପଠାଇବା ଯାଏ ସହଯୋଗ କରିଥିଲେ । ଏହା ସହିତ କିଭଳି କମ ଅର୍ଥରେ ଏୟାର ପୋର୍ଟ ଯୋଗେ ମୃତ ଶରୀରକୁ ଓଡ଼ିଶା ପଠାଯିବ ସେନେଇ ଗତକାଲି ସକାଳେ ଆମ ପ୍ରତିନିଧି ଓଡ଼ିଆ ସମାଜସେବୀ ସଂଜୀବ କୁମାର ଦାଶଙ୍କୁ ସାହାଯ୍ୟ ଓ ସହଯୋଗ ମାଗିବା ପରେ ସେ ମେଡିକାଲରେ ଉପସ୍ଥିତ ରହିବା ସହ ସମସ୍ତ ସହଯୋଗ କରିଥିଲେ । ତେବେ ଶେଷରେ ସମସ୍ତଙ୍କ ସହଯୋଗ ଓ ସାହାଯ୍ୟ ଯୋଗୁ ୬ ଦିନ ପରେ ବ୍ୟବଛେଦ ହୋଇ ଜଣେ ଓଡ଼ିଆ ଝିଅର ମୃତ ଦେହ ନିଜ ଗ୍ରାମକୁ ଯାଇପରିଲା । ତେବେ ପରିବାର ଲୋକେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.