Below header

ଘରେ ବନାନ୍ତୁ ଢ଼ାବା ଭଳି ଡ୍ରାଏ ପନିର ମଞ୍ଚୁରିଆନ୍‌, ଆପଣାନ୍ତୁ ଏହି ସହଜ ତରିକା

ଯଦି ଆପଣ ଚାଇନିଜ ଫୁଡ ଲଭର୍ସ, ତେବେ ଆପଣଙ୍କୁ ମଞ୍ଚୁରିଆନର ସ୍ୱାଦ ନିଶ୍ଚୟ ପସନ୍ଦ ଆସିବ । ଯଦି ଆପଣ ବଜାରର ଖାଦ୍ୟ ପସନ୍ଦ ନୁହେଁ, ତେବେ ଘରେ ବନାନ୍ତୁ ବଜାର ଭଳି ଡ୍ରାଏ ପନିର ମଞ୍ଚୁରିଆନ । ଆସନ୍ତୁ ଜାଣିବା ଡ୍ରାଏ ପନିର ମଞ୍ଚୁରିଆନ ବନାଇବାର ସହଜ ତରିକା ।

ଡ୍ରାଏ ପନିର ମଞ୍ଚୁରିଆନ ବନାଇବା ପାଇଁ ସାମଗ୍ରୀ :

– ୨୫୦ ଗ୍ରାମ ପନିର(ଚାରିକୋଣିଆ ହୋଇ କଟା ହୋଇଥିବା) ।

– ୩ ଟେବଲ ସ୍ପୁନ କର୍ଣ୍ଣ ଫ୍ଲୋର ।

– ୧-୧ ଟେବଲ ସ୍ପୁନ ମଇଦା ଓ ଅଦା-ରସୁଣ ପେଷ୍ଟ ।

– ୧-୧ ଶିମଲା ମିର୍ଚ୍ଚ ଓ ପିଆଜ  ।

– ୩ କଞ୍ଚା ଲଙ୍କା ।

– ୧/୪ କଟା ହୋଇଥିବା ପିଆଜ ଷଣ୍ଢା ।

– ୨-୨ ଟେବଲ ସ୍ପୁନ୍‌ ଟମାଟୋ ସସ୍‌, ସୋୟା ସସ୍‌ ଓ ଗ୍ରୀନ୍‌ ଚିଲି ସସ୍‌ ।

– ଆବଶ୍ୟକୀୟ ତେଲ ।

– ଲୁଣ ସ୍ୱାଦ ଅନୁସାରେ ।

– ପାଣି ଆବଶ୍ୟକତା ଅନୁସାରେ ।

 ଡ୍ରାଏ ପନିର ମଞ୍ଚୁରିଆନ ତିଆରି ପାଇଁ ଆପଣାନ୍ତୁ ଏହି ତରିକା –

ପ୍ରଥମେ ଏକ ପାତ୍ରରେ କର୍ଣ୍ଣଫ୍ଲୋର, ମଇଦା, ଅଧା ଟେବଲ ସ୍ପୁନ ଅଦା-ରସୁଣ ପେଷ୍ଟ, ଲୁଣ ଓ ଆବଶ୍ୟକ ଅନୁସାରେ ପାଣି ମିଶାଇ ଏକ ଗାଢ଼ା ଘୋଳା ବନାନ୍ତୁ । ଏହାପରେ ପନିର ଖଣ୍ଡକୁ ଏହି ଘୋଳାରେ ମାରିନେଟ କରି ୧୫-୨୦ ମିନିଟ ଯାଏ ରଖନ୍ତୁ । କଡ଼ାରେ ତେଲ ଗରମ କରି ମେରିନେଟ ପନିର ଖଣ୍ଡକୁ ଗୋଲ୍ଡେନ କଲର ହେବା ଯାଏ ଭାଜନ୍ତୁ । ବଂଚି ଥିବା ତେଲରେ ଅଦା-ରସୁଣର ପେଷ୍ଟ,ଶିମଲା ମିର୍ଚ, ପିଆଜ ଓ କଞ୍ଚା ଲଙ୍କା ପକାଇ ଭଲ ଭାବେ ଭାଜି ନିଅନ୍ତୁ । ପରେ ବଞ୍ଚିଥିବା ସମସ୍ତ ସାମଗ୍ରୀ ଓ ଭଜା ହୋଇଥିବା ପନିର ପକାଇ ୨-୩ ମିନିଟ ଯାଏ ଭାଜନ୍ତୁ । ଏବେ ପିଆଜ ଷଣ୍ଢାରେ ଗାର୍ନିସ କରି ପରଶନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.