ଫ୍ୟାନରେ ଏବେ ଉଠିବନି ଇଲେକ୍ଟ୍ରିକ ବିଲ ! ରେଗୁଲେଟର କମାଇବ କି ବିଜୁଳି ବିଲ ?

ବର୍ତ୍ତମାନ ସମୟରେ ଲୋକେ ଯେଭଳି ଭାବେ ବିଜୁଳି ଉପରେ ନିର୍ଭରଶୀଳ । ତାହା ତ ଘରର ଇଲେକ୍ଟ୍ରୋନିକ ଜିନିଷମାନଙ୍କୁରୁ ଆପଣ ଦେଖିବାକୁ ପାଇବେ । କିନ୍ତୁ ଯେତେବେଳେ ବିଜୁଳି ବିଲ କଥା ଆସେ ମୁଣ୍ଡ ବି ସେମିତି ଗୋଲ ହେଇୟାଏ । ଆପଣଙ୍କ ମଧ୍ୟରୁ ଏମିତି କେତେ ଜଣ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ବିଲକୁ ନେଇ ଘରେ କଳି ଝଗଡା ବି ହେଉଥିବ । ଆଉ ଏବେ ତ ଗରମ ଦିନ । ପଙ୍ଖା ଚଳାଇବାକୁ ନେଇ ଆଉ ପଙ୍ଖା ବନ୍ଦ କରିବାକୁ ନେଇ ବର୍ତ୍ତମାନ ସମୟରେ ଘରେ ଘରେ ବଚସା ଦେଖିବାକୁ ମିଳୁଛି । ପ୍ରକୃତରେ କେମିତି ବିଲ ବି କମ ହେବ ଓ ଗରମରୁ ବି ତ୍ରାହି ମିଳିବ ଜାଣିବା ଏହି ଭିଡିଓରେ ।

ବିଶେଷକରି ଏବେ ପଙ୍ଖା ଚଲାଇବାକୁ ନେଇ ଅନେକ ଦ୍ୱନ୍ଦ ଦେଖିବାକୁ ମିଳୁଛି । ଗୋଟିଏ ଘରେ ଏଇଆ କଥାବାତ୍ତା କରାଯାଉଚି କି ପଙ୍ଖା କମ ସ୍ପିଡରେ ବୁଲାଇଲେ ବିଲ କମ ଉଠିବ ଆଉ ଅଧିକ ବୁଲାଇଲେ ବିଲ ଅଧିକ ଉଠିବ । ସତରେ କଣ ସେମିତି ହୋଇଥାଏ । ଯଦି ସିଧା ଶବ୍ଦରେ କହିବା ତ ପଙ୍ଖାରେ ଯେଉଁ ବିଜୁଳି ଖର୍ଚ୍ଚ ହେଉଚି ତାହା ଫ୍ୟାନର ସ୍ପିଡକୁ ନେଇ ମଦ୍ୟ ସାମଞ୍ଜସ୍ୟ ଅଛି । ରେଗୁଲେଟର ଦ୍ୱାରା ହିଁ ପଙ୍ଖାରେ ବିଜୁଳି ଖର୍ଚ୍ଚ କମ ବେଶୀ କରାଯାଇପାରିବ । କିନ୍ତୁ ଅନେକ ରୋଗୁଲେଟର ଏମିତି ବି ଅଛି ଯେଉଁଗୁଡିକ ବିଜୁଳି ବିଲ ଉପରେ କୌଣସି ପ୍ରଭାବ ନାହିଁ । ଏମିତିରେ ଜାଣିବା ଯେ ପଙ୍ଖାର ରେଗୁଲେଟର କିଭଳି କାମ କରେ ଏବଂ ଏହା ପଛରେ ସାଇନ୍ସ କଣ କହୁଛି ।

ଏହା ତ ଆପଣ ଜାଣିଯିବେଣି କି ପଙ୍ଖାରର ରେଗୁଲେଟର ଉପରେ ନିର୍ଭର କରେ କି ବିଜୁଳି ଖର୍ଚ୍ଚ ଉପରେ ଏହା ପ୍ରଭାବ ପକାଇବ କି ନାହିଁ । ଏବେ ଜାଣିବା କି ପ୍ରକୃତରେ କିଭଳି ରେଗୁଲେଟର ଦ୍ୱାରା ଏହା କରାଯାଇପାରିବ । ପଙ୍ଖାର ରେଗୁଲେଟର ଏଭଳି କାମ କରେ କି ପଙ୍ଖାର ସ୍ପିଡକୁ ଭୋଲ୍ଟେଜ କମ କରି କଣ୍ଟ୍ରୋଲ କରିପାରେ । ଏହି ରେଗୁଲେଟର ପଙ୍ଖାକୁ ସପ୍ଲାଏ କରାଯାଉଥିବା ଭୋଲ୍ଟେଜକୁ କମ କରି ଏହାର ସ୍ପିଡକୁ କମ କରିଥାଏ । ଏହିଭଳି ଭାବେ ପଙ୍ଖାରେ ବିଜୁଳି କମ ହୋଇଥାଏ । କିନ୍ତୁ ଏହା ଦ୍ୱାରା ବିଜୁଳି ଖର୍ଚ୍ଚ କମ ହୁଏନି । କାରଣ ଏ ରେଗୁଲେଟର ପ୍ରତିରୋଧକ ବାବେ କାମ କରିଥାଏ । ତାହା ଦ୍ୱାରା ସେତିକି ବିଜୁଳି ଯାଇଥାଏ ।

ଏମିତିରେ ପଙ୍ଖାର ରେଗୁଲେଟର ଦ୍ୱାରା ବିଜୁଳି ଖର୍ଚ୍ଚ କମାକରାଯାଇନପାରେ । କାରଣ ଏହି ସିଷ୍ଟମ ପୁରୁଣା ସମୟରେ ହେଉଥିଲା । ଓ ସେହି ରେଗୁଲେଟରର ଆକାର ମଦ୍ୟ ବଡ ହେଉଥିଲା । ହେଲେ ବର୍ତ୍ତମାନ ଯେଭଳି ଭାବେ ଟେକ୍ନୋଲୋଜି ବଢିଚାଲିଛି ସେମିତିରେ ରେଗୁଲେଟରର ସିଷ୍ଟମ ମଧ୍ଯ ବଦଳିଗଲାଣି । ଏବେ ପୂର୍ବ ଅପେକ୍ଷା ଅଲଗା ଟେକ୍ନୋଲୋଜି ଉପରେ ରେଗୁଲେଟର କାମ କରୁଛି ।

ପ୍ରକୃତରେ ମାର୍କେଟରେ ଯେଉଁ ରେଗୁଲେଟର ଆସୁଛି ତାହା ହେଉଚି ଇଲେକ୍ଟ୍ରୋନିକ ରେଗୁଲେଟର । ଇଲେକ୍ଟ୍ରୋନିକ ରେଗୁଲେଟର ଏବେ ବହୁଳ ଭାବେ ବ୍ୟବହାର କରାଗଲାଣି । ଆଉ ଏହି ରେଗୁଲେଟର ଦ୍ୱାରା ବିଜୁଳି ବଞ୍ଚାଯାଇପାରେ ବୋଲି କୁହାଯାଉଛି । ଏହାକୁ ବ୍ୟବହାର କରି ପଙ୍ଖାର ସ୍ପିଡ କୁ କମ କରି ବିଜୁଳିର ଫରକ ଦେଖାଯାଇପାରେ । କୁହାଯାଉଛି କି ୩୦ରୁ ୪୦ପ୍ରତିଶତ ବିଜୁଳି ଖର୍ଚ୍ଚ କମ କରାଯାଇପାରୁଛି । ନୂଆଁ ପ୍ରକାର ରେଗୁଲଟର ଫାୟାରିଙ୍ଗ ଆଙ୍ଗେଲକୁ ପରିବର୍ତ୍ତନ କରି କରେଣ୍ଟର ପ୍ରବାହକୁ କଣ୍ଟ୍ରୋଲ କରେ । ଆଉ ୟେବେ କରେଣ୍ଟରେ କମ ହୋଇତାଏ ତେବେ ଖର୍ଚ୍ଚ ବି ବଞ୍ଚିଥାଏ ।

ଏଥିରେ ବିଜୁଲି କଣ୍ଟ୍ରୋଲ ପାଇଁ କାପାସିଟରର ବ୍ୟବହାର କରାଯାଇଥାଏ । ଫାୟରିଙ୍ଗ ଏଙ୍ଗଲକୁ ବଦଳାଇବା ଦ୍ୱାରା ସ୍ପିଟ ଭୋଲ୍ଟେଜ ସହ କମ ହୋଇଥାଏ ଓ ବିଜୁଳି ମଧ୍ୟ ବଞ୍ଚିଥାଏ । ଅର୍ଥାତ ଯେତେ ଜୋର ପଙ୍ଖା ଚାଲିବ ସେତେ ବିଜୁଳି ଖର୍ଚ୍ଚ ହେବ ଓ କମ ଚାଲିଲେ ଖର୍ଚ୍ଚ ବି କମ ହେବ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.