Below header

ଅସହାୟ ଅନାଥ ୪ ଭାଇ ଭଉଣୀଙ୍କୁ ସାହାଯ୍ୟ କରିବ କିଏ

ଗଂଜାମ (କେନ୍ୟୁଜ) : ଆମେ ପରା ଗରିବ। ଆମକୁ ସାହାରା ଦେବା ପାଇଁ ଆମ ବାପା ମାଆ ବି ନାହାଁନ୍ତି। କିଛି ଏମିତି କହୁଛି ଏହି କଅଁଳ ମନ। କୁନି ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଚାରି ଜଣ ଭାଇ ଭଉଣୀ। ଯେଉଁ ବୟସରେ ପିଲା ଖେଳନ୍ତି ବୁଲନ୍ତି ସେହି ବୟସରେ ଏମାନେ ଜୀବନ ଜିଇଁବା ପାଇଁ କରୁଛନ୍ତି ସଂଘର୍ଷ।

ଏମାନଙ୍କ କରୁଣ ପରିସ୍ଥିତି ଦେଖିଲେ ଆପଣଙ୍କ ମନ ବି ଓଦା ହୋଇଯିବ। ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ କୁମ୍ବଝରି ଗାଁରେ ଏକ ଝୁମ୍ପୁଡି ଘରେ ରୁହନ୍ତି ଏହି ଚାରି ଜଣ ଭାଇ ଭଉଣୀ। ବାପା ମାଆଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ଚାରି ସନ୍ତାନ । ପାଠ ପଢ଼ିବାକୁ ଭାରି ମନ କିନ୍ତୁ ପଢ଼ିବା ତ ଦୂରର କଥା ଏବେ ଚଳିବା ପାଇଁ ଚିନ୍ତା ଘାରିଛି ଏମାନଙ୍କୁ। ବାପା କେଶ୍ୱର ମଳିକଙ୍କ ମୃତ୍ୟୁ ଦଶ ବର୍ଷ ତଳେ ହୋଇଯାଇଥିଲା। ଯାହାପରେ ୪ ପିଲାଙ୍କ ବୋଝକୁ ଉଠାଇଥିଲେ ମାଆ। କିନ୍ତୁ ତାହା ବି ଭଗବାନଙ୍କୁ ସୁହାଇଲାନାହିଁ ତେଣୁ ଦୁଇ ବର୍ଷ ତଳେ ମାଆ ତରା ମଳିକଙ୍କୁ ନେଇଗଲେ ବିଧାତା।

ସତର ବର୍ଷ ବୟସରେ ସାନ ଦୁଇ ଭାଇ ଭଉଣୀଙ୍କ ଦାୟିତ୍ୱ ନେବା ପାଇଁ ପାଠ ଛାଡି ଶ୍ରମିକ ହୋଇଯାଇଛି ବଡ ଭାଇ। ବାପା, ମାଆଙ୍କ ମୃତ୍ୟୁ ପରେ ସାନ ଭଉଣୀ କଅଁଳ ହାତରେ ପୂରା ପରିବାର ପାଇଁ ରୋଷେଇ କରୁଛି। ଏବେ ବଡଭାଇ କାନ୍ଧରେ ତିନି ଭାଇ ଭଉଣୀଙ୍କ ଦାୟିତ୍ୱ ରହିଥିବା ବେଳେ ପାଠ ପଢିବା ପାଇଁ ଇଛା ଥିଲେ ବି ଅର୍ଥ ସାଜିଛି ବାଧକ। କୁଇ ସଂପ୍ରଦାୟର ଏହି ଆଦିବାସୀ ପରିବାର ଉପରେ ଯେମିତି କଳା ବାଦଲ ଛାଇ ଯାଇଛି।

ଏହି ପିଲାମାନଙ୍କୁ ତାଙ୍କ ଆଇ କୋଳେଇ ନେଇଥିବାବେଳେ ଏମାନେ ବଡ ମାଆଙ୍କ ନିକଟରେ ରହୁଛନ୍ତି। ବୟସ ବଢ଼ିବା ସହିତ ଦିନକୁ ଦିନ ଦାୟିତ୍ୱ ମଧ୍ୟ ବଢ଼ୁଛି। କଣ ହେବ ଏମାନଙ୍କ ଭବିଷ୍ୟତ। ଏଥିପାଇଁ ଏମାନଙ୍କୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି ଆଦିବାସୀ ସମାଜର ନେତୃତ୍ୱ ବର୍ଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.