ଗଜପତି: କାର ସହ ଗଞ୍ଜେଇ ଜବତ, ପୁଣି ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଳଣକାରୀ ଗିରଫ

ମୋହନା(କେନ୍ୟୁଜ୍): ଓଡିଶା ଗଞ୍ଜେଇ ରାଜ୍ୟ ବାହାରେ ବେଶ୍ ଚାହିଦା ସୃଷ୍ଟି କରିଛି। ସେଥିପାଇଁ ଅନେକ ସମୟରେ ଗଜପତି ଜିଲ୍ଲାରେ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଳଣକାରୀଙ୍କୁ ଧରିବାରେ ପୋଲିସ ସଫଳ ହେଉଛି । ଆଜି ପୁଣି ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ଗଜପତି ଜିଲ୍ଲା ଅଡ଼ବା ପୋଲିସ।
ଗଜପତି ଜ଼ିଲ୍ଲା ଅଡବା ପୋଲିସ ମଙ୍ଗଳବାର ଭୋର ସମୟରେ ଏସ. ଆଇ ଚନ୍ଦନ ଦାସ ଙ୍କ ନେତୃତ୍ୱ ରେ ପେଟ୍ରୋଲିଙ୍ଗ ସମୟରେ ମାଣ୍ଡିମେରା ଭକ୍ତ ନଗରରୁ ଏକ କାର (ନଂ-jh 01 V 2709)ରୁ ୬୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଉକ୍ତ ଗଞ୍ଜେଇ ଅଡବା ଅଞ୍ଚଳରୁ ବିହାର ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି l
ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତ ବିହାର ପାଟନାର ଶାନ୍ତି ସିଂ ଏବଂ ନାଳନ୍ଦାର ରଜନୀକାନ୍ତକୁ ଗିରଫ କରିଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି l