Below header

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍କେଟ ବିଲ୍ଡିଂରେ ପୋଲିସ କମିଶନର ଓ ଡିସିପିଙ୍କ ଚଢାଉ, ମଲ ଗୁଡ଼ିକୁ ଦେଲେ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଞ୍ଚ କଡାକଡି କରିଛି କମିଶନରେଟ ପୋଲିସ। ପୋଲିସ କମିଶନରଙ୍କ ନେତୃତ୍ୱରେ ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଭୁବନେଶ୍ୱର ମାର୍କେଟ ବିଲ୍ଡିଂଗ ଚଢ଼ାଉ କରିଛନ୍ତି। କମିଶନର କହିଛନ୍ତି ସଚେତନ କରାଯାଇଛି ଏଣିକି କୋଭିଡ କଟକଣା  କଡାକଡି କରାଯିବ। ଭୁବନେଶ୍ୱର ଓ କଟକରେ ଯେଉଁ ସ୍ଥାନରେ କୋଭିଡ ନିୟମ ଉଲଂଘନ ହେଉଛି ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ଲୋକ ମାସ୍କ ପିନ୍ଧିବେନି ଫାଇନ  କଟାଯିବ । ଭିଡ଼ ସ୍ଥାନରେ ସାମାଜିକ ଦୂରତା ନିୟମ କଡାକଡି କରାଯିବ। ବିଭିନ୍ନ କାର୍ଯ୍ୟକ୍ରମ ଓ ବାହାଘର ଭଳି କାର୍ଯ୍ୟକ୍ରମ ପାଇଁ  ଯେଉଁ ସରକାରୀ ନିୟମ ରହିଛି ସେହି ନିୟମ ଉଲଂଘନ କଲେ  ହେବ କାର୍ଯ୍ୟାନୁଷ୍ଠାନ।

market build ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଓ ଓ କଟକ ମୁନିସିପାଲ କର୍ପୋରେସନ ସହିତ ମିଶି କାର୍ଯ୍ୟାନୁଷ୍ଠାନ ହେବ। ପୋଲିସ ବିଏମସିକୁ ସହାୟତା ଯୋଗାଇ ଦେଉଛି। ପୋଲିସ ଟିମ ବି ଅଲଗା କାମ କରୁଛି। ଆଗକୁ କୋଭିଡ଼ ନିୟମ ଅତ୍ୟନ୍ତ କଡାକଡି କରାଯିବ । ମାର୍କେଟ ପ୍ଲେସ,ମଲ, ବଡ ବଡ ଦୋକାନ ଭଳି ସ୍ଥାନରେ ଚଢ଼ାଉ ପାଇଁ ଉଦ୍ୟମ କରାଯାଉଛି। ପ୍ରତି ଥାନା ସ୍ତରରେ ଗୋଟିଏ ଲେଖାଏଁ ଟିମ ସହ  କେନ୍ଦ୍ରୟ ୧୦ଟି ଟିମ କରାଯାଇଛି। ବିଏମସି ସହିତ ପୋଲିସ ସହାୟତା କରିବା ସହ ସୁ ସମନ୍ବିତ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି କମିଶନର।

market building

ଡିସିପି କହିଛନ୍ତି  ବିଏମସି ଓ ପୋଲିସ ତରଫରୁ ମିଶିକି ଚଢ଼ାଉ କରାଯାଉଛି। ଵିଭିନ୍ନ ଥାନା ଅଞ୍ଚଳର ମାର୍କେଟ  ବୁଲୁଛି ପୋଲିସ, ଯାଞ୍ଚ କଡାକଡି କରାଯାଉଛି। ଯେଉଁ ଦୋକାନକୁ ଲୋକ ଆସୁଛନ୍ତି ସେହି ଦୋକାନୀ ମାନଙ୍କ ଦାୟିତ୍ବ ଗ୍ରାହକ କିପରି ସାମାଜିକ ଦୂରତା ଅବଲମ୍ବନ କରିବେ। ନଚେତ ଦୋକାନ ବନ୍ଦ ହେବ ସହ ଦରକାର ପଡିଲେ ମାର୍କେଟ ସିଲ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.