Below header

ଜାଲ୍‌ ପ୍ରମାଣପତ୍ର କରି ଜମି କିଣାବିକା କରିବା ମାମଲା, ୪ ଜଣଙ୍କୁ ଗିରଫ କରିଛି ଆସିକା ଥାନା ପୋଲିସ୍

ଭଞ୍ଜନଗର: ଜାଲ୍‌ ପ୍ରମାଣପତ୍ର କରି ଜମି କିଣାବିକା କରିବା ମାମଲାରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏପରିକି ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ଦସ୍ତଖତକୁ ଦଲାଲମାନେ ଜାଲ୍‌ କରିଥିବା ନଜରକୁ ଆସିବାପରେ, ଏ ନେଇ ଉପଜିଲ୍ଲାପାଳ ଆସିକା ଥାନାରେ ଲିଖିତ ଏତାଲା ଦେଇଥିଲେ ।

ଏତଲା ଆଧାରରେ ତଦନ୍ତ କରି ଆସିକା ଥାନା ପୋଲିସ ଜମି ମାଲିକ ନାରାୟଣପୁର ଗ୍ରାମର ବାଞ୍ଛା ନାଏକ ଓ ତାଙ୍କ ପୁଅ ବିଧାନ ନାୟକଙ୍କ ସମେତ ଜଣେ ଦଲାଲ ଓ ଆଉ ଜଣେ ଫଟୋ ଷ୍ଟୁଡିଓ ମାଲିକକୁ ଗିରଫ କରିଛି । ସେମାନଙ୍କ ଠାରୁ ବହୁ ଜାଲ୍‌ କାଗଜ, କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.