Below header

ବିଧାନସଭାରେ ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀଙ୍କ ତଥ୍ୟ, ରାଜ୍ୟରେ ଖାଲି ପଡିଛି ୪୪୨ ଓଏଏସ ପଦବି

ଓଡିଶାର କେତେଟି ଓଏଏସ ପଦବି ଖାଲି ରହିଛି ବୋଲି ବିରମୀତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି ।  ରାଜ୍ୟରେ ୪୪୨ଟି ଓଏଏସ ପଦବି ଖାଲି ରହିଥିବା ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୃହରେ ତଥ୍ୟ ରଖିଛନ୍ତି ।
ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ବର୍ତ୍ତମାନ ଖାଲିଥିବା ୧୭୧୧ ଓଏଏସ ପଦବିରୁ ୧୨୬୯ ଓଏଏସ ଅଫିସର ନିଯୁକ୍ତ ହୋଇଛନ୍ତି। ଓଏଏସ କ୍ୟାଡରରୁ ଅନ୍ୟ କ୍ୟାଡର ପଦନ୍ନୋତି କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଓଏଏସ କ୍ୟାଡର ବ୍ୟାପକ ଶୂନ୍ୟସ୍ଥାନର କାରଣରୁ ରାଜ୍ୟ ବ୍ୟାପି ପ୍ରଶାସନ ଅଧିକାରୀଙ୍କ ସଂଖ୍ୟା କମ ଅଛି। ଓଡିଶା ଲୋକ ସେବା ଆୟୋଗ (OPSC) ଓଏଏସ ସହିତ ମିଳିତ ଭାବେ ଅନେକ ପଦ ପାଇଁ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଆୟୋଜନ କରିଥାଏ।

ଏହା ଆଶ୍ଚର୍ଯ୍ୟର କଥା ଯେ ଓପିଏସସ କିଛି ପଦ ପାଇଁ ନୋଟିଫିକେସନ ଜାରି କରୁଛି କିନ୍ତୁ ରାଜ୍ୟରେ ଅନେକ ଓଏଏସ ପଦ ଖାଲି ରହିଛି। ରାଜ୍ୟ ସରକାରଙ୍କୁ ସେହି ପଦବି ଗୁଡିକୁ ପୂରଣ କରିବା ଦିଗରେ ବିଚାର କରିବା ଦରକାର ଯେଉଁ ପଦବି ଗୁଡିକ ଯୁବ ଆଶାୟୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.